ଭୁବନେଶ୍ବର: ବାଲି ବିକ୍ରି ଉପରେ ନୂଆ ନିୟମ ଆଣିଛନ୍ତି ସରକାର। ଏବେ ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି। ଏଥି ସହିତ ଏକିକୃତ ଏମ୍ଏସ୍ପି ଦର ଲାଗୁ ହେବ ଏବଂ ଲିଜ୍ ଧାରୀମାନେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ହିଁ ବାଲି ବିକିବେ। ଏନେଇ କ୍ୟାବିନେଟ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି।
ବାଲି ଦର ବଢାଇବା ଉପରେ ପୂର୍ଣ୍ଣ ପ୍ରତିବନ୍ଧ। ଇ-ଲଟେରୀ ମାଧ୍ୟମରେ ଦିଆଯିବ ଲିଜ୍। ଏହା ସହ ବାଲି ଗଚ୍ଛିତ କରିବାକୁ ଷ୍ଟୋରେଜ ଲାଇସେନ୍ସ ଅନିବାର୍ୟ କରାଯାଇଛି। ବେଆଇନ ଭାବେ ବାଲି କିମ୍ବା ଲଘୁ ଖଣିଜ ସଂଗ୍ରହ କଲେ କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି ନିଷ୍ପତି ହୋଇଛି।
ସାରା ରାଜ୍ୟରେ ଗୋଟିଏ ଦରରେ ବାଲି ବିକ୍ରି : ଲିଜ୍ ଧାରୀଙ୍କ ମନଇଛା ଦରକୁ ବନ୍ଦ କଲେ ସରକାର


