ଶୈଳ ଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

You are currently viewing ଶୈଳ ଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ରାଜ୍ୟପାଳ ରଘୁବର ଦାସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନ ତଥା ଅନ୍ତିମ ପର୍ଯ୍ୟାୟରେ ରାଜ୍ୟପାଳ ରଘୁବର ଦାସ ଆଜି ସକାଳେ ଶୈଳ ଶ୍ରୀକ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ରାଜ୍ୟପାଳ ଆଜି ସକାଳ ୮.୩୦ରେ ମନ୍ଦିରରେ ସେଠାରେ ପହଞ୍ଚିଥିଲେ। ସେଠାରେ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଜ୍ୟପାଳ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

ଏ ଅବସରରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହେମନ୍ତ କୁମାର ଦାଶ, ଭବାନୀ ପ୍ରସାଦ ମିଶ୍ର, ପରମାନନ୍ଦ ମିଶ୍ର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଉପଖଣ୍ଡ ପୋଲିସ ଅଧିକାରୀ ରମାକାନ୍ତ ମାହାଳିକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ରାଜ୍ୟପାଳ ଭୁବନେଶ୍ବର ଫେରି ଆସିଛନ୍ତି।

Share

Leave a Reply