ସାପଘରାରେ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ବୈଠକ

You are currently viewing ସାପଘରାରେ ସରକାରୀ ଯୋଜନା ସମ୍ପର୍କିତ ସଚେତନତା ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସାପଘରା ସଭାଘରେ ବିଶ୍ୱ ଯୁବ କେନ୍ଦ୍ର, ବଣିନାଳି ଦ୍ୱାରା ପରିଚାଳିତ ‘ଆକ୍ସେସ ଟୁ ଜଷ୍ଟିସ’ ପ୍ରକଳ୍ପ ଅଧୀନରେ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କିତ ସଚେତନତା ଓ ସମ୍ପର୍କ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆଠମଲ୍ଲିକ ପଞ୍ଚାନନ ବେହେରା, ସହକାରୀ ଶ୍ରମ ଅଧିକାରୀ ଅମିୟ ରଞ୍ଜନ ସାହୁ, ସାପଘରା ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଜିତ କୁମାର ପ୍ରଧାନ, ନବକିଶୋର ପ୍ରଧାନ ଏବଂ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଯୋଗ ଦେଇଥିଲେ।

ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବାଲ୍ୟ ବିବାହର କୁପରିଣାମ ବିଷୟରେ ସୂଚନା ଦେଇଥିଲେ। ପଞ୍ଚାନନ ବେହେରା ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରାଜ୍ୟ ସରକାରଙ୍କ ଯୋଜନା, ବିବାହ ପଞ୍ଜୀକରଣ, ଅନ୍ତୋଦୟ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଆଲୋଚନା କରି ହିତାଧିକାରୀଙ୍କ ଅଭିଯୋଗ ଶୁଣିଥିଲେ। ଅମିୟ ରଞ୍ଜନ ସାହୁ ଶିଶୁ ଶ୍ରମ ନିଷେଧ ଏବଂ ଶ୍ରମ କାର୍ଡ, ଇ-ଶ୍ରମ କାର୍ଡର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସାପଘରା, ପାଇକସାହି, ପେଡିପଥର ଓ ଟାପଢୋଲ ପଞ୍ଚାୟତର ହିତାଧିକାରୀମାନେ ଉପସ୍ଥିତ ଥିଲେ। ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ କରାଯାଇଥିଲା। ବିଶ୍ୱ ଯୁବ କେନ୍ଦ୍ରର ପୂଜା ସ୍ୱାଇଁ, ଅଭିଷେକ ମହାପାତ୍ର, ଦୀପି ଦେହୁରୀ, ପପି ଦେହୁରୀ, ଗୀତାଞ୍ଜଳି ବାଘ ଓ ସତ୍ୟଭାମା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply