ଭୁବନେଶ୍ୱର: ସମ୍ପତ୍ତି ଲୁଚାଉଛନ୍ତି ସରକାରୀ ବାବୁ। ନିଜର ସମ୍ପତ୍ତି ତାଲିକା ଦେବାକୁ ସରକାରୀ ବାବୁମାନେ କୁନ୍ଥ କୁନ୍ଥ ହେଉଛନ୍ତି। ଏଚଆରଏମଏସ ପୋର୍ଟାଲରେ ମାର୍ଚ୍ଚ ୨ ତାରିଖ ସୁଦ୍ଧା ୧ ଲକ୍ଷ ୨୫ ହଜାର ୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନାହାନ୍ତି ବୋଲି ଆଜି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ତଥ୍ୟ ସହ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଜାନୁଆରୀ ୧ ରୁ ୩୧ ତାରିଖ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କେତେକ ସରକାରୀ ଚାକିରିଆ ସମ୍ପତ୍ତି ତାଲିକା ଦାଖଲ ନକରିବାରୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କର୍ମଚାରୀଙ୍କ ନିମନ୍ତେ, ୦୨୫ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବାର ସମୟସୀମାକୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟ କୋହଳ କରାଯାଇଛି। ହେଲେ ମାର୍ଚ୍ଚ ୨ ତାରିଖ ମଧ୍ୟରେ ୧,୨୫,୮୪୭ ଜଣ ସରକାରୀ କର୍ମଚାରୀ ସମ୍ପତ୍ତି ଦେଇନାହାନ୍ତି। ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ସରକାରୀ ଅଧିକାରୀ ନିଜ ସମ୍ପତ୍ତି ତାଲିକା ଦେବାକୁ ଡରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସମ୍ପତ୍ତି ତାଲିକା ଦାଖଲରେ ସରକାରୀ ବାବୁଙ୍କ ଉଦାସୀନତା: ୧ ଲକ୍ଷ ୨୫ ହଜାର କର୍ମଚାରୀ ଦାଖଲ କରିନାହାନ୍ତି


