କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ

You are currently viewing କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁଁନୁକାପଶି ପଞ୍ଚାୟତ ସଭା ଗୃହ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଠିତ ହୋଇଛି।

ସରପଞ୍ଚ ଦୀପ୍ତିମୟୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗ୍ରାମସଭାରେ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଯେଉଁ ବ୍ୟକ୍ତି ନିଜ ଗାଈଙ୍କୁ ନିଜ ହେପାଜତରେ ନ ରଖୁଥିବେ, ସେମାନଙ୍କ ଗାଈଙ୍କୁ ଗୋଶାଳାକୁ ପଠାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକରେ ବ୍ଲକ ପ୍ରଶାସନର ସୁନୀଲ ମହାପାତ୍ର, ଯଶୋବନ୍ତ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଇପ୍ସିତା ସାହୁ, ଅନୁପମା ଭୋଇ, ଜିଆରଏସ ପ୍ରଶାନ୍ତ ସାହୁ, ୱାର୍ଡ ମେମ୍ବର ବବିତା ସାହୁ, ଅରୁଣ ଭୋଇ, ହେମନ୍ତ ବେହେରା, ଜୋସ୍ନାମୟୀ ମହାଳିକ, କବିତା ଭୋଇ, ଲିଲି ପ୍ରଧାନଙ୍କ ସମେତ ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply