ଟ୍ରକ ଟର୍ମିନାଲ୍ ପାଇଁ ପଟ୍ଟା ପ୍ରଦାନ

You are currently viewing ଟ୍ରକ ଟର୍ମିନାଲ୍ ପାଇଁ ପଟ୍ଟା ପ୍ରଦାନ

ଅନୁଗୁଳ: ଅନୁଗୁଳରେ ଏକ ଟ୍ରକ ଟର୍ମିନାଲ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଶେଷରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି। ଶାବଳଭଙ୍ଗା ମୌଜାରେ ୫ଏକର ଜାଗାରେ ଏହି ଟ୍ରକ ଟର୍ମିନାଲ ନିର୍ମାଣ ହେବା ଗତ ଏପ୍ରିଲ ମାସରେ ହୋଇଥିବା ସଡ଼କ ସୁରକ୍ଷା ବୈଠକରେ ଟ୍ରକ ଟର୍ମିନାଲ
ପାଇଁ ଟ୍ରକ ମାଲିକ ସଂଘ ସଭାପତି ଅମ୍ବିକା ଭଟ୍ଟ ଦାବି କରିଥିଲେ । ଏହା ପରେ ଜାଗା ଚିହ୍ନଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଶାବଳଭଙ୍ଗା ମୌଜାର ଖାତା ନମ୍ବର ୯୧/୪୧୦ର ପ୍ଲଟ ନମ୍ବର ୫/୮୨୭ରେ ଥିବା ୪.୯୮ ଏକର ଜମି ଟ୍ରକ ଟର୍ମିନାଲ ପାଇଁ ଚିହ୍ନଟ କରାଯାଇଛି। ଏହି ଜମିର ପଟ୍ଟା ଗୁରୁବାର ହସ୍ତାନ୍ତର କରାଯାଇଛି। ଟ୍ରକ ଟର୍ମିନାଲ ପାଇଁ ପଟ୍ଟା ମିଳିବା ପରେ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଅମ୍ବିକା ଭଟ୍ଟ ଜିଲ୍ଲାରେ ଟ୍ରକ ରହଣି ପାଇଁ ଏହା ବେଶ ସହାୟକ ହେବ ବୋଲି ସେ କହିଛନ୍ତି।

Share

Leave a Reply