ଫେରାର ରୋଗୀଙ୍କୁ ସାଇକଲରେ ବସାଇ ଆଣିଲେ ସୁରକ୍ଷା କର୍ମୀ

You are currently viewing ଫେରାର ରୋଗୀଙ୍କୁ ସାଇକଲରେ ବସାଇ ଆଣିଲେ ସୁରକ୍ଷା କର୍ମୀ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ମେଡିକଲରୁ ଫେରାର ହୋଇଯାଇଥିବା ଜଣେ ମାନସିକ ରୋଗୀଙ୍କୁ ଜଣେ ସୁରକ୍ଷା କର୍ମୀ ଠାବ କରିବା ସହ ୧୦ କିଲୋମିଟର ସାଇକଲ ପଛରେ ବସାଇ ଅନୁଗୁଳ ମେଡିକାଲକୁ ଆଣି ପୁଣି ଭର୍ତି କରାଇଥିଲେ।

ସୂଚନା ଯେ, ସବୁଦିନ ସାଇକଲ ଚଳାଇ ଅଙ୍ଗାରବନ୍ଧରୁ ମେଡିକାଲକୁ ଆସୁଥିବା ସୁରକ୍ଷା କର୍ମୀ ତ୍ରିନାଥ ନାଏକ ଆଜି ସକାଳେ କାଙ୍ଗୁଲା ନିକଟରେ ସେହି ଅଜଣା ମାନସିକ ରୋଗୀକୁ ଠାବ କରିଥିଲେ। ରୋଗୀ ଜଣକ ହସ୍ପିଟାଲ ବେଡ଼ସିଟ ଘୋଡାଇ ହୋଇ ଠିଆ ହୋଇଥିବାରୁ ତ୍ରିନାଥଙ୍କ ସନ୍ଦେହ ହୋଇଥିଲା। ସେ ପାଖକୁ ଯାଇ ନିଶ୍ଚିତ ହେବାପରେ ତାକୁ ବୁଝା ସୁଝା କରି ସାଇକଲ ପଛରେ ବସାଇbଅନୁଗୁଳ ଡାକ୍ତରଖାନାରେ ଭର୍ତି କରାଇଥିଲେ। ତ୍ରିନାଥଙ୍କ ଏ ସାଧୁ ଉଦ୍ୟମ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି।

Share

Leave a Reply