ଅନୁଗୁଳରେ ଜିଏସଟି ବିଭାଗର ଚଢ଼ାଉ: ସାନିଟାରୀ ସାମଗ୍ରୀ ବୋଝେଇ ଟ୍ରକ ଜବତ, ଜରିମାନା ଆଦାୟ

You are currently viewing ଅନୁଗୁଳରେ ଜିଏସଟି ବିଭାଗର ଚଢ଼ାଉ: ସାନିଟାରୀ ସାମଗ୍ରୀ ବୋଝେଇ ଟ୍ରକ ଜବତ, ଜରିମାନା ଆଦାୟ

ଅନୁଗୁଳ: ​ଅନୁଗୁଳ ରେଞ୍ଜ ଜିଏସଟି ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ଏକ ସାନିଟାରୀ ସାମଗ୍ରୀ ବୋଝେଇ ଟ୍ରକକୁ ଜବତ କରାଯାଇଛି। ସୂଚନା ଅନୁସାରେ, ସମ୍ପୃକ୍ତ ଗାଡ଼ିଟି ଜିଏସଟି ଟାକ୍ସ ଦେଇନଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ଚଢ଼ାଉ ସମୟରେ ଟ୍ରକ ( ଓଡି-୧୯-ଏବି-୫୪୯୦) ସହିତ ସମସ୍ତ ସାନିଟାରୀ ସାମଗ୍ରୀକୁ ଅଧିକାରୀମାନେ ଅଟକ ରଖିଥିଲେ। ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ୩୦ ହଜାର ୯୬୦ ଟଙ୍କାର ଜରିମାନା କରାଯାଇଥିଲା ଏବଂ ଜରିମାନା ଅର୍ଥ ପୈଠ ହେବା ପରେ ଟ୍ରକଟିକୁ ଛାଡ଼ି ଦିଆଯାଇଥିଲା। ଏହି ଚଢାଉ କାର୍ଯ୍ୟକ୍ରମରେ ଅନୁଗୁଳ ଜିଏସଟି ବିଭାଗର ଡେପୁଟି କମିଶନର ଉଜ୍ଜ୍ୱଳ କୁମାର ନାୟକ, ଆସିଷ୍ଟାଣ୍ଟ କମିଶନର ଜଗଜୀବନ ସେଠି ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Share

Leave a Reply