ତାଳେଚର: ତାଳଚେରର ଦୁଇ କୋଇଲା ବ୍ୟବସାୟୀଙ୍କ ଘରେ ଚଢ଼ଉ କରିଛି ଜିଏସଟି ବିଭାଗ। ମା’ ହିଙ୍ଗୁଳା ଟ୍ରାନ୍ସପୋର୍ଟ ଏବଂ ହିଙ୍ଗୁଳା ଟ୍ରେଡର୍ସରେ ଚଢ଼ାଉ ଜାରି ରହିଛି। ଦୁଇ ବ୍ୟବସାୟୀ ତଥା ଭାଇ ମହେନ୍ଦ୍ର ବେହେରା ଓ ରାଜେନ୍ଦ୍ର ବେହେରାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି । ୨୫ ଜଣିଆ ଜିଏସଟି ଟିମ ଏହି ଚଢ଼ାଉରେ ସାମିଲ ଅଛି।
ତାଳଚେର ସମେତ ସେମାନଙ୍କର ଭୁବନେଶ୍ବର ଓ ଢେଙ୍କାନାଳରେ ଥିବା ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ରେଡ୍ ଚାଲିଛି। ଢେଙ୍କାନାଳ ଓ ତାଳଚେରରେ ଥିବା ମହେନ୍ଦ୍ରଙ୍କ ୪ ଟି ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍ ଚାଲିଛି। ତାଙ୍କର ଆୟ ଓ ୱେବସାଇଟରେ ଫାଇଲ ହୋଇଥିବା ଜିଏସଟି ତଥ୍ୟରେ ତାଳମେଳ ନ ଥିବାରୁ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।