ମଦ୍ୟପ ଆକ୍ରମଣରେ ଗୁପଚୁପ ବିକାଳି ଆହତ

You are currently viewing ମଦ୍ୟପ ଆକ୍ରମଣରେ ଗୁପଚୁପ ବିକାଳି ଆହତ

ଅନୁଗୁଳ: ସୋମବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଅନୁଗୁଳ ପ୍ରଫୁଲ ମିଶ୍ର କମ୍ପ୍ଲେକ୍ସ ସାମନାରେ ମଦ୍ୟପ ଯୁବକ ଆକ୍ରମଣରେ ଜଣେ ଗୁପଚୁପ ବିକାଳି ଆହତ ହୋଇଛନ୍ତି।

ନିଶାସକ୍ତ ଯୁବକ ଜଣକ ଗୁପଚୁପ ବିକାଳିକୁ ତୁରନ୍ତ ଗୁପଚୁପ ଦେବା ପାଇଁ ଯେତେବେଳେ କହିଲେ ସେ ପାର୍ସଲ ଦେଉଥିବାରୁ ଟିକେ ଡେରି ହେବ ବୋଲି କହିଲା। ଏତିକିରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ଗୁପଚୁପ ବିକାଳିକୁ ବାଡ଼ିଆ ପିଟା କରି ଆହତ କରିବା ସହ ଠେଲା କୁ ଓଲଟାଇ ଦେଇଥିଲା। ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ପହଞ୍ଚିଲା ବେଳକୁ ଉକ୍ତ ଯୁବକ ଚମ୍ପଟ ମାରିଥିଲା ।

Share

Leave a Reply