ହନୁମାନ ପଇସା ଲୁଟିନେଲେ !

You are currently viewing ହନୁମାନ ପଇସା ଲୁଟିନେଲେ !

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମରେ ୫ ଜଣ ବ୍ୟକ୍ତି ଘରେ ଧସେଇ ପଶିବା ସହ ମାରଣାସ୍ତ୍ର ଲଗାଇ ୩ଟି ହନୁମାନ ପଇସା ନେଇଯାଇଥିବା ଗ୍ରାମର ଲିଜା ନାଏକ ସଦର ଥାନାରେ ଅଭିଯୋଗ କରିଛନ୍ତି। ଏତଲା ଅନୁସାରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଲିଜା ନାୟକଙ୍କ ଘରେ ପୂର୍ବପୁରୁଷ କାଳରୁ ୩ଟି ହନୁମାନ ପଇସା ରହିଥିଲା। ଏଥିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ଫଟୋ ରହିଥିବା ବେଳେ ସେଥିରେ ବହୁ ଅଲୌକିକ ଘଟଣା ଦେଖିବାକୁ ମିଳୁଥିଲା। ଲିଜାଙ୍କ ପରିବାର ଲୋକ ଏହାକୁ ଠାକୁର ଘରେ ରଖି ପୂଜା କରୁଥିଲେ। ତେବେ ଗତ ୨୨ ତାରିଖ ଅପରାହ୍ନରେ ତାଙ୍କ ଘର ସାମ୍ନାରେ ଏକ ବୋଲେରୋ ଲାଗିଥିଲା। ୫ ଜଣ ଅଜଣା ବ୍ୟକ୍ତି ତାଙ୍କ ଘରେ ପଶି ଯାଇ ହନୁମାନ ପଇସା ମାଗିଥିଲେ। ବଦଳରେ ୨ ଲକ୍ଷ ଟଙ୍କା ଯାଚିଥିଲେ । ମାତ୍ର ପରିବାର ଲୋକ ପଇସା ନେବାକୁ ରାଜି ନହେବାରୁ ସେମାନେ ବେକରେ ମାରଣାସ୍ତ୍ର ଲଗାଇ ଠାକୁର ଘରୁ ୩ଟି ଯକ ହନୁମାନ ପଇସା ନେଇଯାଇଥିବା ଲିଜା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଲିଜାଙ୍କ ଘରେ ଗତ କିଛି ଦିନ ହେଲା କିଛି ବ୍ୟକ୍ତି ଆସି ହନୁମାନ ପଇସା ନେଇ ମୂଲଚାଲ କରିଥିଲେ । ଏମିତିକି ତାଙ୍କ ଘରେ ଖିଆପିଆ କରିଥିଲେ। ମୂଲଚାଲ ଛିଣ୍ଡି ନଥିବାରୁ ସେମାନେ ହନୁମାନ ପଇସା ନେଇଯାଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷର ପୁଲିସ୍ ଏକ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି।

Share

Leave a Reply