ଅନୁଗୁଳ: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଶୁକ୍ରବାର ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ୍ ୨୭ ନମ୍ବର ଜୋନ୍ ( ବଅଁରପାଳ ମଣ୍ଡଳ) ଓ ୨୮ ନମ୍ବର ଜୋନ୍ (ମହୀଧରପୁର ମଣ୍ଡଳ) ରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି।
ଏ ଅବସରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦଳର କର୍ମକର୍ତ୍ତା ୩୦୦ ମିଟରର ଏକ ବିରାଟ ତ୍ରିରଙ୍ଗା ପଦଯାତ୍ରା କରିଥିଲେ। ଏଥିସହ ହର ଘର ତ୍ରିରଙ୍ଗା ଅଭିଯାନରେ ସମସ୍ତେ ନିଜ ନିଜ ଘରେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଲଗାଇବାକୁ ନିବେଦନ କରାଯାଇଥିଲା।