ଅନୁଗୁଳ: ଅନୁଗୁଳ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ସମୀକ୍ଷା ବୈଠକରେ ମନ୍ତ୍ରୀ ମେଡିକାଲ କଲେଜର ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ସେଗୁଡ଼ିକର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟତଃ ମେଡିକାଲ ଶିକ୍ଷା, ରୋଗୀ ସେବା, ଚିକିତ୍ସା ସୁବିଧା, ନୂତନ ଅଡିଟୋରିୟମ ଓ ପି.ଜି. ହଷ୍ଟେଲ ନିର୍ମାଣ ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ରୋଗୀଙ୍କ ପାଇଁ ଡାଏଲସିସ ସୁବିଧା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇ.ସି.ୟୁ (ICU) କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରୋଗୀମାନଙ୍କୁ ଗୁଣାତ୍ମକ ଓ ସମୟୋପଯୋଗୀ ଚିକିତ୍ସା ଯୋଗାଇଦେବା ସରକାରଙ୍କ ପ୍ରାଥମିକତା ବୋଲି ସେ ପ୍ରକାଶ କରିଥିଲେ। ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ତାଳଚେର ପୌରପାଳିକା ଅଧ୍ୟକ୍ଷ ଏବଂ ସାଂସଦଙ୍କ ପ୍ରତିନିଧିଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୁଧୁରିବ ତାଳଚେର ମେଡିକାଲ କଲେଜର ଅବସ୍ଥା: ସମସ୍ୟା ସମାଧାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
- Post published:February 3, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul



