କୁଆପଥର ମାଡ଼ କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

You are currently viewing କୁଆପଥର ମାଡ଼ କ୍ଷତିଗ୍ରସ୍ତଙ୍କୁ ମିଳିଲା ସହାୟତା

ଅନୁଗୁଳ: ଗୁରୁବାର ଅପରାହ୍ନରେ ଅଦିନିଆ ଝଡ ଓ କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ୧୪ ନମ୍ବର ୱାର୍ଡର ବସ୍ତି ବାସିନ୍ଦାଙ୍କୁ ଆଜି ସହାୟତା ଯୋଗାଇ ଦିଆଯାଇଛି। ଏହି ଅଦିନିଆ ଝଡ ବତାସରେ ଏହି ୱାର୍ଡର ବସ୍ତିବାସିନ୍ଦାଙ୍କ ଚାଳ ଛପର ଉଡି ଯାଇଥିଲା ଏବଂ ଘରେ ପାଣି ପଶି ଯାଇଥିଲା। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏ ଖବର ପାଇବାପରେ ପୌର କର୍ତୃପକ୍ଷଙ୍କୁ ସହାୟତା ପାଇଁ ନିର୍ଦେଶ ଦେଇଥିଲେ।

ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ତତ୍ୱାବଧାନରେ ରାତିରେ ବସ୍ତିର ୩୨ ଟି ପରିବାରର ୧୨୦ ଜଣ ସଦସ୍ୟଙ୍କ ପାଇଁ ଆବଶ୍ୟକ ଚୁଡା, ଗୁଡ, ମହମବତୀ ଆଦି ଯୋଗାଇ ଦିଆଯାଇଥିଲା। ସେହିଭଳି ଆଜି ପୂର୍ବାହ୍ନରେ ସ୍ଥାନୀୟ ତହସିଲ କର୍ମଚାରୀ ଓ ପୌର କର୍ମଚାରୀଙ୍କ ତତ୍ୱାବଧାନରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଜରିପାଲ ଯୋଗାଇ ଦିଆଯାଇଛି।

Share

Leave a Reply