ହେମସୁରପଡା କପ ଫୁଟବଲ: ଝାରସୁଗୁଡା ବିଜୟୀ

You are currently viewing ହେମସୁରପଡା କପ ଫୁଟବଲ: ଝାରସୁଗୁଡା ବିଜୟୀ

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଝାଡେଶ୍ୱର ଫୁଟବଲ କ୍ଲବ ଝାରସୁଗୁଡା ଆଇଏଫ୍‌ସି ରାଉରକେଲାକୁ ୨-୦ ଗୋଲ‌ରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି।

ଝାରସୁଗୁଡା ଟିମର ବିଜୟ ଓରାମଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଖେଳ ପରିଚାଳନା କରିଥିଲେ ସୁରେଶ କୁମାର ଦାଶ।ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପଟନାୟକ, ପୋୖର ଉପାଧ୍ୟକ୍ଷା ଅନୁପମା ସାହୁ, ବ୍ୟବସାୟୀ ଅଜୟ କୁମାର ଦଳବେହେରା, ସୁଜାତା ଦାସ, ସୁଦୀପ ଗଡନାୟକ, ନିରଞ୍ଜନ କର, ଅମିତ ଅଗ୍ରୱାଲ, ନିଖିଳ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବର କର୍ମକର୍ତା ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply