ଅନୁଗୁଳରେ ରାଷ୍ଟ୍ରୀୟ ନବବର୍ଷ ପାଳିତ: ପୁରୀ ଗୋବର୍ଦ୍ଧନ ପୀଠର ସନ୍ଥ ସଂଯୋଜକ ଯୋଗ ଦେଇ ହିନ୍ଦୁତ୍ୱକୁ ବଞ୍ଚାଇବାକୁ କଲେ ଆହ୍ୱାନ

You are currently viewing ଅନୁଗୁଳରେ ରାଷ୍ଟ୍ରୀୟ ନବବର୍ଷ ପାଳିତ: ପୁରୀ ଗୋବର୍ଦ୍ଧନ ପୀଠର ସନ୍ଥ ସଂଯୋଜକ ଯୋଗ ଦେଇ ହିନ୍ଦୁତ୍ୱକୁ ବଞ୍ଚାଇବାକୁ କଲେ ଆହ୍ୱାନ

ଅନୁଗୁଳ : ଅନୁଗୁଳ ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ବା ମଙ୍ଗଳବାର ରାଷ୍ଟ୍ରୀୟ ନବବର୍ଷ ମହୋତ୍ସବ ପାଳିତ ହୋଇଛି। ସନାତନ ସିଦ୍ଧାନ୍ତ ଓ ଶାସ୍ତ୍ରୀୟ କାଳଗଣନା ଅନୁଯାୟୀ, ଆଜକୁ ମିଶାଇ ଶହେ ସତାନବେ କୋଟି ଅଣତିରିଶି ଲକ୍ଷ ଅଣଚାଶ ହଜାର ଏକଶହ ପଚିଶି ବର୍ଷ ହେଲା ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଉଛି।

ନବବର୍ଷ ଦିନ ପ୍ରାତଃ ସ୍ନାନ ପୂର୍ବକ ସପରିବାର ପ୍ରଦୀପ ପ୍ରଜ୍ଜ୍ୱଳନ କରି ନବବର୍ଷକୁ ସ୍ବାଗତ କରିବା ପାଇଁ ସମିତି ତରଫରୁ ଆହ୍ବାନ କରାଯାଇଥିଲା। ଶେଷରେ ସନ୍ଧ୍ୟାରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ପୁରୀ ଗୋବର୍ଦ୍ଧନ ପୀଠର ସନ୍ଥ ସଂଯୋଜକ ସ୍ବାମୀ ସଚ୍ଚିଦାନନ୍ଦ ମହାରାଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ତିରୁପତି ବିଶ୍ବବିଦ୍ୟାଳୟର ପୁର୍ବତନ କୁଳପତି ହରେକୃଷ୍ଣ ଶତପଥୀ, ସମ୍ମାନିତ ଅତିଥି ଭାବେ ତିରୁପତି ବିଶ୍ବବିଦ୍ୟାଳୟର ଅଧ୍ୟାପକ ଜ୍ଞାନ ରଞ୍ଜନ ପଣ୍ତା ଓ ପୁରୀ ଗୋବର୍ଦ୍ଧନ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ମାର୍ଗଦର୍ଶକ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତିର ସଭାପତି ହେମନ୍ତ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାକାର୍ଯ୍ୟକୁ ସମିତିର ସମ୍ପାଦକ ପଣ୍ତିତ ରୋହିତ କୁମାର ଦାଶ ପରିଚାଳନା କରିଥିଲେ।

ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତିର ତରଫରୁ ପୂର୍ବାହ୍ନ ୫.୩୦ ସମୟରେ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ବାଇଶି ପାବଚରେ ସୂର୍ଯ୍ୟ ପୂଜା ସାମୁହିକ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ସୁନ୍ଦରାକାଣ୍ତ ପାଠ ପୂର୍ବକ ରାଷ୍ଟ୍ରୀୟ ନବବର୍ଷକୁ ସ୍ବାଗତ କରାଯାଇଥିଲା ।

Share

Leave a Reply