ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳକୁ ଐତିହାସିକ ସଫଳତା

You are currently viewing ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳକୁ ଐତିହାସିକ ସଫଳତା

ଅନୁଗୁଳ: ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପଡ଼ିଆରେ ନିକଟରେ
ଆୟୋଜିତ ୬୮ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ଐତିହାସିକ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ଜିଲ୍ଲାକୁ ତିନୋଟି ସ୍ବର୍ଣ୍ଣ, ଚାରୋଟି ସିଲଭର, ଚାରୋଟି ବ୍ରୋଞ୍ଜ ମେଡାଲ ମିଳିଛି। ଗୋବିନ୍ଦ ପାଣ୍ଡେ ୨୦ବର୍ଷରୁ କମ ବିଭାଗ ଦଶ କିମି ଚାଲି, ପୂଜା ପରିଡ଼ା ଦଶ
କିମି ଚାଲି , ପ୍ରିୟବ୍ରତ ପ୍ରଧାନ ୨୩ ବର୍ଷରୁ କମ ଜାଭେଲିନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଶୁଭମ୍ ଜ୍ୟୋତି ନାୟକ ୨୦କିମି ଚାଲି , ଆଶୁତୋଷ ସିଂହ ୫କିମି ଚାଲି,ପୂଜା ପରିଡ଼ା ୩ହଜାର ମିଟର ଷ୍ଟିପଲ୍ ଚେଜ୍ ଓ ଯମୁନା ଛତରଙ୍କୁ ଡିସକସରେ ସିଲଭର ମେଡାଲ ମିଳିଛି। ସୁଦୀପ କୁମାର
ସାହୁ ୧୦ କିମି ଚାଲି, ପ୍ରିନ୍ସ ସେଠୀ ୫ କିମି ଚାଲି, ବର୍ଷା ରାଣୀ ସାହୁ ୧୦କିମି ଚାଲି ଓ ୩ହଜାର ମିଟର ଷ୍ଟିପୁଲ ଚେଜ୍‌ରେ ବ୍ରୋଞ୍ ମେଡାଲ ଜିତିଛନ୍ତି। ସମସ୍ତ ବିଜେତା ଖେଳାଳି ମାନେ ଭାବନେଶ୍ୱରୁ ଫେରିବା ପରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏଡିଏମ୍ ରଜନୀକାନ୍ତ ସ୍ୱାଇଁଙ୍କୁ ଭେଟିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଏବଂ ଦଳର ମ୍ୟାନେଜର ନୀଳମଣି ଦାସ, ସହଯୋଗୀ ଭାବେ ଆଶିଷ ବେହେରା ଓ ଏଲିଯାବେଥ ସାହୁ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ
ସବୁମନ୍ତେ ଉଦ୍ୟମ କରାଯିବ ବୋଲି କହିଥିଲେ। ଯୁବ ଖେଳାଳୀମାନଙ୍କ ଅପୂର୍ବ ସଫଳତାରେ ଜିଲ୍ଲାର କ୍ରୀଡ଼ାପ୍ରେମୀ ଏବଂ କ୍ରୀଡା ସଂଗଠକ ମାନେ ଆନନ୍ଦ ପ୍ରକାଶ କରିଛନ୍ତି।

Share

Leave a Reply