ଅନୁଗୁଳ : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପ୍ରତିଷ୍ଠା ଦିବସ ହିତ ଚିନ୍ତନ ଅଭିଯାନ ଆଜି ସର୍ବ ଭାରତୀୟ ସ୍ତରରେ ୬ ରୁ ୨୧ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଏ ଅବସରରେ ଆଜି ଅନୁଗୁଳ ଶାଖା ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା କରି ସ୍ଵାମୀଜୀ ଅଭୟ ନନ୍ଦ ସରସ୍ୱତୀଙ୍କ ନେତୃତ୍ୱରେ ଅଭିଯାନ ଆରମ୍ଭ ହୋଇଥିଲା। ପରିଷଦର ସଦସ୍ୟମାନେ ପ୍ରତି ସହର ତଥା ଗ୍ରାମୀଣ ଅଞ୍ଚଳରେ ଘରକୁ ଘର ବୁଲି ହିନ୍ଦୁ ସଚେତନତା ଓ ହିନ୍ଦୁ ଜାଗରଣ, ହିନ୍ଦୁ ଏକତା, ଧର୍ମରକ୍ଷା, ଗୋ ରକ୍ଷା ପାଇଁ କାର୍ଯ୍ୟ କରିବାକୁ ନିଜର ପ୍ରୟାସ କରିବେ ବୋଲି କେନ୍ଦ୍ରୀୟ ସହ ସେବା ପ୍ରମୁଖ ହରିଶ୍ଚନ୍ଦ୍ର ପ୍ରଧାନ କହିଛନ୍ତି। ଏ ଅବସରରେ ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ଗଡ଼ନାୟକ, ସମ୍ପାଦକ ବିଶ୍ବମ୍ବର ସାହୁ, ଅଭୟ ରାଏ, ରଞ୍ଜିତ ଦାସ, ରଞ୍ଜିତ ରଶ୍ମି ରଞ୍ଜନ ମିଶ୍ର, ମାତୃଶକ୍ତି ପ୍ରମୁଖ ପଦ୍ମାଖି ସିଂ, ସରୋଜ ଧର ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।