ଏକାଧିକ ଲୁଟ୍ ଅଭିଯୋଗରେ ରୋଡ ଡକାୟତକୁ ଗିରଫ କଲା ବଅଁରପାଳ ଥାନା ପୋଲିସ

You are currently viewing ଏକାଧିକ ଲୁଟ୍ ଅଭିଯୋଗରେ ରୋଡ ଡକାୟତକୁ ଗିରଫ କଲା ବଅଁରପାଳ ଥାନା ପୋଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଡକାୟତି କରିବା ମାମଲାରେ ବୁଧବାର ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କାଙ୍ଗୁଲା ଗାଁର ସୁବଳ ସେଠୀ।
ଥାନା ଅଧିକାରୀଙ୍କ ସୂଚନା ମୁତାବକ, ଗତ ମାସ ୨୮ ତାରିଖ ରାତିରେ ସୁବଳ ତଳମୂଳର ଚକୁରିୟାପାଲ ଠାରେ ଏକ ବାଇକ୍ ଚାଳକକୁ ଅଟକାଇ ପିସ୍ତଲ ଓ ଭୁଜାଲି ଦେଖାଇ ତାଙ୍କ ଠାରୁ ୟାମାହା ଫେଜୋର୍ ଗାଡି, ମୋବାଇଲ ଓ ୧୩୦୦ ଟଙ୍କା ନେଇଯାଇଥିଲେ।
ପୂର୍ବରୁ ନଭେମ୍ବର ମାସରେ ସୁବଳ ଏକ ପଲସର୍ ଗାଡିରେ ଯାଇ ହିନ୍ଦୋଳ ଅଞ୍ଚଳର ପଣ୍ଡା ଗ୍ରାମରେ ଡକାୟତି ଉଦ୍ୟମ କରିଥିଲା। କିନ୍ତୁ ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ସେ ବନ୍ଧୁକରେ ଫାଙ୍କା ଗୁଳିଚାଳନା କରି ଖସି ଯାଇଥିଲେ।
ସେହିପରି ବଉଳିଗଡ଼ ପଞ୍ଚାୟତରେ ଏକ ମାଛ ଗାଡିକୁ ଅଟକାଇ ତା’ ଠାରୁ ମୋବାଇଲ ଓ ୧୪ ହଜାର ଟଙ୍କା ନେଇଯାଇଥିଲେ। ଏସବୁ ଅଭିଯୋଗକୁ ଭିତ୍ତି କରି ବଅଁରପାଳ ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

Share

Leave a Reply