ଅନୁଗୁଳ: ଅନୁଗୁଳ ସହର ଥାନା ଛକରେ ଗୋଟିଏ ବଡ ଗର୍ତ୍ତ ଦେଖିବାକୁ ମିଳୁଛି। ଦେଢ଼ ଫୁଟର ଏଇ ଗାତ ଦୀର୍ଘ ଦିନ ହେଲାଣି ରହିଛି। ଏଥିପ୍ରତି କାହାରି ଦୃଷ୍ଟି ପଡ଼ୁ ନାହିଁ। ପ୍ରତିଦିନ ଏଇ ରାସ୍ତାରେ ଶହ ଶହ ଗାଡି ଚାଳ ପ୍ରଚଳ କରୁଛି।କେତେବେଳେ ଯଦି ଗାତଟି ହଠାତ ଦବି ଯିବ ତେବେ ନିଶ୍ଚିତ ରୂପେ ବଡ ଧରଣର ଦୁର୍ଘଟଣା ଘଟିବ। ଏଇଭଳି ଗର୍ତ୍ତ ୫୫ ନମ୍ବର ଜାତୀୟ
ରାଜପଥର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇ ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।
ଅନୁଗୁଳ ଥାନା ଛକରେ ଗର୍ତ୍ତ ବିପଦକୁ ଆମନ୍ତ୍ରଣ
