ଶିକ୍ଷକଙ୍କୁ ହନିଟ୍ରାପରେ ଫସାଇ ଅଣଓଡ଼ିଆ ବେପାରୀ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

You are currently viewing ଶିକ୍ଷକଙ୍କୁ ହନିଟ୍ରାପରେ ଫସାଇ ଅଣଓଡ଼ିଆ ବେପାରୀ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା

ଅନୁଗୁଳ: ଆଖିଥିଲେ ସବୁ ଦେଖିବ, କାନ ଥିଲେ ସବୁ ଶୁଣିବ। ସମ୍ପ୍ରତି ଅନୁଗୁଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଏପରି ହେଇଛି କେତେ ବେଳେ କଣ ଘଟିବ କହିହେବ ନାହିଁ। ଅନୁଗୁଳରେ ଚୋର, ଖଣ୍ଟ, ଲୁଟେରା, ଡକାୟତ ତ ମାତିଛନ୍ତି। ପୋଲିସ ଡାଳେ ଡାଳେ ଗଲେ ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି। କିନ୍ତୁ ଭଦ୍ର ଲୋକର ମୁଖା ପିନ୍ଧି ଟଙ୍କା ଲୁଟ କରାଯାଏ, ଅଶ୍ଳୀଳ ଫଟୋ ଦେଖାଇ ବ୍ଲାକ ମେଲ କରାଯାଏ। ଛ’ ମାଣ ଆଠ ଗୁଣ୍ଠ ଉପନ୍ୟାସ ପରି କୋଟି କୋଟି ଟଙ୍କାର ଜମି ହଡପ ପାଇଁ ସୁଚିନ୍ତିତ ପ୍ଲାନ ବି କରାଯାଇଛି। ଅନୁଗୁଳରେ ରହୁଥିବା ଏଭଳି ଜଣେ ଅଣ ଓଡ଼ିଆ ବେପାରୀ ଜଣେ ନିରୀହ ଶିକ୍ଷକଙ୍କୁ ନିଜ ଜାଲରେ ଫସାଇ ଉକ୍ତ ଶିକ୍ଷକଙ୍କୁ ସର୍ବସ୍ଵାନ୍ତ କରି ଦେଇଛନ୍ତି।

ଉକ୍ତ ଅଣଓଡ଼ିଆ ବେପାରୀଙ୍କ କଳା ସାମ୍ରାଜ୍ୟ ରହିଛି। ଅନେକଙ୍କୁ ଲୁଟିଛନ୍ତି। କିନ୍ତୁ ଗତ ସରକାର ସମୟରେ ତାଙ୍କର ପ୍ରଭାବ ଯୋଗୁଁ ସେ ସବୁ ଅଡୁଆରୁ ବର୍ତ୍ତୀ ଯାଇଥିଲେ। ଏଥର କିନ୍ତୁ ସେ ଜାଲରେ ଫସିଛନ୍ତି। ଆଇନର ଜାଲରୁ ମୁକୁଳିବା ପାଇଁ ବହୁ ଫନ୍ଦି ଫିକର ଉଦ୍ୟମ ଆରମ୍ଭ କରିଛନ୍ତି। ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୩୫୧(୩] ଓ ୩(୫) ମାମଲା ୠଜୁକରି ଏବେ ତଦନ୍ତ ଆରମ୍ଭ କରିଛି। ବାବୁ କଳା ସାମ୍ରାଜ୍ୟକୁ ପଦାକୁ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Share

Leave a Reply