ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ାସ୍ଥିତ ଉଦ୍ୟାନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ତିନିଦିନିଆ ଉଦ୍ୟାନ କୃଷି କର୍ମଶାଳା ସୋମବାରଠାରୁ ଆରମ୍ଭ ହୋଇଛି। ଉପନିର୍ଦ୍ଦେଶକ ଉଦୟନାଥ ଧରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅନୁଗୁଳ ଜିଲ୍ଲା ଉଦ୍ୟାନ ନିର୍ଦ୍ଦେଶକ ଅମ୍ବର ଲୁଗୁନ, ଅତିରିକ୍ତ ଉଦ୍ୟାନ ଅଧିକାରିଣୀ ରିତୁରାଣୀ କର୍ମୀ, ବ୍ଲକ ପଶୁ ଚିକିତ୍ସା ଅଧିକାରୀ ବିଶ୍ଵାପ୍ରକାଶ ରାୟ, ଏଏଓ ମାନସୀ ମୋନାଲିସା ନାୟକ, ଏଏଫଓ ଆକାଶ ନାୟକ, ବିଜେପି ଜିଲ୍ଲା ଉପସଭାପତି ଲିଙ୍ଗରାଜ ଦାଶ, ବିଜେପି ଜିଲ୍ଲା ସଭ୍ୟ ପଞ୍ଚାନନ ସାହୁ, ସାଂସଦଙ୍କ ପ୍ରତିନିଧି ବରିଷ୍ଠ ଆଇନଜୀବୀ ଆଡ଼ଭୋକେଟ ତନ୍ମୟ କୁମାର ସାହୁ, ଏପିସିର ଜିଲ୍ଲା ସଂଯୋଜକ ଓ ପାଳଲହଡା ସଂଯୋଜକ ଆଶୁତୋଷ ସାହୁ ପ୍ରମୁଖ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ଶତାଧିକ ଚାଷୀଙ୍କୁ ସରକାର ଦେଉଥିବା ବିଭିନ୍ନ ପ୍ରକାର ସହାୟତାର ଲାଭ ଉଠାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ପ୍ରାୟ ୧୫୦ ଜଣ ଉଦ୍ୟାନ ଚାଷୀ ଏଥିରେ ଯୋଗଦେଇଥିଲେ।
ଆଜି ସମ୍ପୃକ୍ତ ଚାଷୀମାନଙ୍କୁ ଉନ୍ନତ ମାନର ଉଦ୍ୟାନ ଚାଷ ଉପରେ ତାଲିମ ଦିଆଯାଇଥିବା ବେଳେ ଆସନ୍ତାକାଲି କାର୍ଯ୍ୟକ୍ରମ ଉଦଯାପିତ ହେବ। ଉଦଯାପନୀ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ନାଏକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ନେଇ ଉଦ୍ୟାନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।