କାଳବୈଶାଖୀରେ ଉଜୁଡି ଗଲା ଘର, ସରକାରୀ ସହାୟତା ପାଇଁ ଦାବି

You are currently viewing କାଳବୈଶାଖୀରେ ଉଜୁଡି ଗଲା ଘର, ସରକାରୀ ସହାୟତା ପାଇଁ ଦାବି

ଅନୁଗୁଳ: ଅନୁଗୁଳ ଜିଲା ପୁରୁଣାଗଡ଼ ଗୁଡିବନ୍ଧ ନୂଆସାହିରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ସଙ୍ଗାଳି ପ୍ରଧାନଙ୍କ ପୁଅ ବଳରାମ ପ୍ରଧାନଙ୍କ ଟିଣ ଛପର ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଘଟଣାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ତାଙ୍କ ନିକଟରେ କୌଣସି ସରକାରୀ ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ବଳରାମ। ସେ ଜଣେ ଗରିବ ଦିନ ମଜୁରିଆ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ଅପରାହ୍ନରେ ହଠାତ ମେଘ ପବନ ସହ କୁଆପଥର ବର୍ଷାହୋଇଥିଲା। ଏଥିରେ ସଙ୍ଗାଳି ପ୍ରଧାନଙ୍କ ପୁଅ ବଳରାମ ପ୍ରଧାନଙ୍କ ଟିଣ ଛପର ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ତେବେ ତାଙ୍କ ନିକଟରେ ଏଯାଏଁ କୌଣସି ସରକାରୀ ଅଧିକାରୀ ପହଞ୍ଚି ନାହାନ୍ତି।

Share

Leave a Reply