ରୋଷେଇ କରିବା ବେଳେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟ ସମ୍ପତ୍ତି

You are currently viewing ରୋଷେଇ କରିବା ବେଳେ ଅଗ୍ନିକାଣ୍ଡ, ଜଳିଗଲା ବହୁ ମୂଲ୍ୟ ସମ୍ପତ୍ତି

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବନ୍ତଳା ହରିଜନ ସାହିର ଜଣଙ୍କ ଘର ନିଆଁ ଲାଗି ଜଳିଯାଇଛି। ଅଗ୍ନିକାଣ୍ଡରେ ଧରଣୀଧର ବେହେରାଙ୍କର ଗୋଟିଏ ଚାଳ ଛପର ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ, ଧରଣୀଧରଙ୍କ ଘରେ ରୋଷେଇ କରିବା ବେଳେ ନିଆଁ ଲାଗିଯାଇଥିଲା। ଖବର ପାଇ ପ୍ରଥମେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ସାହୁ ପହଞ୍ଚି ଲୋକଙ୍କ ସହାୟତାରେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ପରେ ଅନୁଗୁଳ ଅଗ୍ନିଶମ ବିଭାଗକୁ ଖବର କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଘରର ବହୁ ଆସବାବପତ୍ର ଜଳିଯାଇଥିଲା। ଅଗ୍ନିକାଣ୍ଡରେ ପ୍ରାୟ ୩୦ରୁ ୩୫ ହଜାର ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାଯାଇଛି।

Share

Leave a Reply