ଅନୁଗୁଳ: ଅନୁଗୁଳ ଜିଲ୍କା ଏକ ଭୂମିକମ୍ପ ପ୍ରବଣ ଜିଲ୍ଲା। ଯୋନ ୩ ମୋଡ଼ରେଟ ରିସ୍କ ଯୋନ ଭିତରେ ଏହା ରହିଛି। ବିଶେଷକରି ବ୍ରାହ୍ମଣୀ ନଦୀର ଅବବାହିକା ଅର୍ଥାତ ଆମ ଜିଲ୍ଲାରେ ତାଳଚେର ସହର ଏଭଳି ଚଳନ ଶିଳ ଶିଳା ଉପରେ ଅବସ୍ଥିତ ଯାହା ଭୂମିକମ୍ପର ପ୍ରବଣତାକୁ ଦର୍ଶାଉଛି। ବହୁ ବର୍ଷ ପୂର୍ବେ ଏଠାରେ ଭୂମିକମ୍ପ ହୋଇଥିବାରୁ ଆଜି ଏଠାରୁ କୋଇଲା ବାହାରୁଚି। ଜିଲ୍ଲାରେ ଭୂମିକମ୍ପର ଆଶଙ୍କାକୁ ଦେଖି କେନ୍ଦ୍ର ସରକାର ଅନୁଗୁଳ ଓ ତାଳଚେର ଠାରେ ସିଟି ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଫିସ ଖୋଲି କିଛି ବର୍ଷ ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ସେତେବେଳ ଦ୍ୱେତ ନଗରୀରେ ଭୂକଂପରୋଧୀ ଡିଜାଇନକୁ ନେଇ ବହୁ ତଳ ବିଶିଷ୍ଟ କୋଠା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। କିନ୍ତୁ ଆଜି ଯାଏ ଶହ ଶହ କୋଠା ବାଡ଼ି ଏହି ଗାଇଡ଼ଲାଇନକୁ ଉଲ୍ଲଂଘନ କରି ତିଆରିବଚାଲିଛି।ଏହାଦ୍ୱାରା ଭୂମିକମ୍ପ ହେଲେ କ୍ଷୟକ୍ଷତି ସର୍ବାଧିକ ହେବ।ସେହିଭଳି ତାଳଚେର ଖଣି ଅଞ୍ଚଳରେ ଖଣି ଖାତ ଗୁଡିକୁ ଠିକ ରୂପେ ବାଲି ଦେଇ ପୁରଣ କରାଯାଉନାହିଁ। ତେଣୁ ଏହି ଅଞ୍ଚଳରେ ମାଟି ଅନେକ ସମୟରେ ଦବି ଯାଉଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ଦୃଷ୍ଟି ଦେବାକୁ ଦାବି ହେଉଛି।
ଭୂମିକମ୍ପରୁ ଅନୁଗୁଳ କେତେ ନିରାପଦ
- Post published:February 7, 2023
- Post category:ମୁଖ୍ୟ ଖବର / ସ୍ୱତନ୍ତ୍ର
- Post comments:0 Comments
- Post author:Biswaranjan Pattnaik

Tags: Angul