ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ବିପୁଳ ସଫଳତା

0

ଅନୁଗୁଳ: ନିକଟରେ ପ୍ରକାଶ ପାଇଥିବା ସିଏଚଏସଇ ୨୦୨୪ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ଛାତ୍ର ଛାତ୍ରୀ ମାନେ ବିପୁଳ ସଫଳତା ହାସଲ କରିଛନ୍ତି। ଅନୁଗୁଳ କଲେଜର ୩୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏହି ଅନୁଷ୍ଠାନର ୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ୪୮ଜଣ ପ୍ରଥମ ଶ୍ରେଣୀରେ ,୫ଜଣ ଦ୍ଵିତୀୟ ଶ୍ରେଣୀରେ ଓ ଜଣେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।ଅନୁଗୁଳ କଲେଜରେ ୫ଶହ ନମ୍ୱର୍ ରଖିଥିବା ୧୬ ଜଣଙ୍କ ମଧ୍ୟରୁ ଅନୁଷ୍ଠାନର ୯ ଜଣ ଛାତ୍ର ଛାତ୍ରୀ ରହିଛନ୍ତି। ସେହିଭଳି କଲେଜରେ ୮୦ ପ୍ରତିଶତ ଉପରେ ରଖିଥିବା ୩୫ଜଣଙ୍କ ମଧ୍ୟରୁ ଅନୁଷ୍ଠାନର ୧୬ଜଣ ଛାତ୍ର ଛାତ୍ରୀ ଅଛନ୍ତି। ଅନୁଗୁଳ କଲେଜର ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଅନୁଷ୍ଠାନର ୭ ଜଣ ଛାତ୍ର ଛାତ୍ରୀ ଅଛନ୍ତି ।ସେଣ୍ଟରର ସାମଗ୍ରିକ ଫଳାଫଳ ଶତ ପ୍ରତିଶତ ରହିଛି।

ଚଳିତ ପରୀକ୍ଷାରେ ଅନୁଷ୍ଠାନର ଛାତ୍ରୀ ହେଲିନ୍ ସ୍ୱାଇଁ ୫୩୭ ନମ୍ୱର୍ ରଖି ଅନୁଗୁଳ କଲେଜରେ ଟପ୍ପର ହୋଇଛନ୍ତି। ତାଙ୍କ ପଛକୁ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ୫୨୮ ନମ୍ୱର୍ ରଖି ଦ୍ଵିତୀୟ ଶ୍ରେଷ୍ଠ,ଦେବପ୍ରସାଦ ଗାଆଣ ୫୨୧ ନମ୍ୱର ରଖି ୩ୟ ଶ୍ରେଷ୍ଠ,ନିର୍ମାଣ କୁମାର ସାହୁ ୫୧୭ ନମ୍ୱର ରଖି ୫ମ ଶ୍ରେଷ୍ଠ, ପ୍ରିତିମୟି ସାହୁ ୫୧୫ ନମ୍ୱର ରଖି ୬ଷ୍ଠ ଶ୍ରେଷ୍ଠ ,ସିଦ୍ଧାର୍ଥ ସାହୁ ୫୦୯ ନମ୍ୱର୍ ରଖି ୮ମ ଶ୍ରେଷ୍ଠ ଓ ଶକ୍ତି ପ୍ରସାଦ ସାହୁ ୫୦୨ ନମ୍ୱର୍ ରଖି ୧୦ମ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ଅନୁଷ୍ଠାନର ଛାତ୍ରୀ ସ୍ଵାତୀ ସାଗରିକା ଆଚାର୍ଯ୍ୟ ୫୭୧ ନମ୍ୱର ରଖି ୨୦୨୩ରେ ରାଜ୍ୟ ଟପ୍ପର ହୋଇଥିଲେ।ଅନୁଷ୍ଠାନର ଏହି ଲଗାତାର ସଫଳତା ପଛରେ ଅଭିଜ୍ଞ ଶିକ୍ଷକଙ୍କ ଦ୍ଵାରା ଶିକ୍ଷା ଦାନ,ସନ୍ଦେହ ମୋଚନ କ୍ଲାସ, ଉତ୍ତମ ଶୈଖିକ ପରିବେଶ ସାଙ୍ଗକୁ ଛାତ୍ର,ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖୁଥିବା ଅନୁଷ୍ଠାନର କର୍ମଚାରୀ ଦେବେନ୍ଦ୍ର ପଣ୍ଡା (ପିଣ୍ଟୁ ଭାଇ)ଙ୍କ ଉଦ୍ୟମ ଓ ପରିଚାଳନା ନିର୍ଦ୍ଦେଶକ ମଳୟ କୁମାର ଦାଶଙ୍କ ପ୍ରେରଣା ସହାୟକ ହୋଇଛି।

ଆସନ୍ତା ବର୍ଷ ଅଧିକ ସଫଳତା ଆଣିବାପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଅନୁଷ୍ଠାନର ମୁଖ୍ୟ ଶ୍ରୀ ଦାଶ ପ୍ରକାଶ କରିଛନ୍ତି। ଶ୍ରୀ ଦାଶ ମଧ୍ୟ ଚଳିତବର୍ଷର ସଫଳତା ପାଇଁ ସମସ୍ତ ଅଧ୍ୟାପକ,ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

Leave A Reply

Your email address will not be published.

error: Content is protected !!