ଅନୁଗୁଳ:ଅନୁଗୁଳ ଇତିହାସରେ ପ୍ରଥମ। ଟାଉନ ହାଇସ୍କୁଲ ସାମନା ଅଚଳ ଭେଣ୍ଡିଙ୍ଗ ଜୋନରୁ ବିପୁଳ ପରିମାଣ ଚୋରା କଫ ସିରପ ଜବତ। ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫମାନେ ହେଲେ ହେମସୁରପଡ଼ାର କୈଳାଶ ସାହୁ ଓ ଢେଙ୍କାନାଳର ରଞ୍ଜନ କୁମାର ଦେହୁରୀ।
ଗତ କିଛି ଦିନ ଧରି ଡ୍ରଗସ କାରବାର ନେଇ ଖବର ମିଳିବା ପରେ ପୋଲିସ ଉକ୍ତ ଅଞ୍ଚଳ ଉପରେ ନଜର ରଖିଥିଲା। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ଉ କରି ୨୯୬୭ ଟି ୧୦୦ ମିଲି ବିଶିଷ୍ଟ ରେକ୍ସ କନ କଫ ସିରପ୍ ଜବତ କରିଥିଲା।
ଚଢ଼ଉରେ ଅନୁଗୁଳ ଥାନା ସ୍ପେଶାଲ ସ୍କ୍ୱାଡ୍ ଇନ୍ସପେକ୍ଟର ଅୟସକାନ୍ତ ଜେନା, ଇନ୍ସପେକ୍ଟର ସଂଯୁକ୍ତା ଖିଲାର, ଏଏସଆଇ ଜଳଧର ପାତ୍ର ଏବଂ ଅନ୍ୟମାନେ ସାମିଲ ଥିଲେ।


