ରାଣୀଗୋଡ଼ାରୁ ବିପୁଳ ପରିମାଣର ନକଲି ମଦ ତିଆରି ସାମଗ୍ରୀ ଜବତ

You are currently viewing ରାଣୀଗୋଡ଼ାରୁ ବିପୁଳ ପରିମାଣର ନକଲି ମଦ ତିଆରି ସାମଗ୍ରୀ ଜବତ

ଅନୁଗୁଳ: ପଞ୍ଚାୟତ ନିର୍ବାଚନର ଠିକ୍ ପୂର୍ବରୁ ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଓ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ମିଳିଛି ବଡ଼ ସଫଳତା। ଅନୁଗୁଳ ବନରପାଳ ବ୍ଲକ୍ ରାଣୀଗୋଡ଼ା ଗାଁ ନାୟକ ସାହି ନିକଟରେ ଥିବା ଏକ ଭଡ଼ା ଘରୁ ବିପୁଳ ପରିମାଣର ନକଲି ମଦ ତିଆରି ସାମଗ୍ରୀ
ଜବତ କରାଯାଇଛି। ଘଟଣାରୁ ପ୍ରକାଶ ଯେ, କଲିକତାରୁ ଡଲଫିନ ନାମକ ଏକ ଘରୋଇ ବସରେ ଏହି ନକଲି ସାମଗ୍ରୀ ଆସୁଥିବା ଖବର ପାଇ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ବାଲେଶ୍ଵର ଠାରେ ଚଢାଉ କରିଥିଲା।କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶରେ ଏହି ଚଢାଉ ହୋଇଥିଲା। ଏହାପରେ ବସକୁ ଟ୍ରାକିଙ୍ଗ କରାଯାଇଥିଲା ବସଟି ଅନୁଗୁଳରେ ପହଞ୍ଚିବା ପରେ ଗୋଟିଏ ନିର୍ଦ୍ଦିଷ୍ଟ ଅଟୋରେ ରାଣୀଗୋଡ଼। ନାୟକ ସାହି ପର୍ଯ୍ୟନ୍ତ ଯାଇଥିଲା। ଏସ୍ କୁମାର କୋଡ ଲେଖା ଥିବା ବଡ଼ ବଡ଼ ପ୍ୟାକେଟ ଗୁଡ଼ିକୁ ଅଟୋ ବାଲା ଉକ୍ତ ଭଡ଼ା ଘରେ ପହଞ୍ଚାଇ ଥିଲା। ତେବେ ଉକ୍ତ ଭଡ଼ା ଘରେ ରହୁଥିବା ମଦ ମାଫିଆ ଜୟ ପ୍ରକାଶ ଗୁପ୍ତା ସୁରାକ ପାଇ ସପରିବାର ଫେରାର

ହୋଇଯାଇଥିଲା। ଅନୁଗୁଳ ଡେପୁଟି ଅବକାରୀ ସୁପରିଟେଣ୍ଡ ଜେ ଆର୍ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ଅବକାରୀ ସ୍କ୍ୱାର୍ଡ ଘର ତାଲା ଭାଙ୍ଗି ଭିତରୁ ପ୍ରାୟ ୫୦ ବସ୍ତା ମାକଡୋଏଲ ଠିପି ଏବଂ ବିପୁଳ ପରିମାଣର ଲେବୁଲ, ଏକ୍ସାଇଜ୍ ଆଦେଶିଭ ଜବତ କରିଥିଲେ। ଜୟପ୍ରକାଶ ଏଠାରେ ୫ ବର୍ଷ ଭଡ଼ାରେ ଥିଲେ ମଧ୍ୟ ସମସ୍ତଙ୍କୁ ଅଟୋ ପାର୍ଟସ ବିକୁଥିବା କହିଥିଲା। ଏହି ଠିପି କେଉଁଠିକୁ ଯାଉଥିଲା,ନକଲି ମଦ କେଉଁଠି ତିଆରି ହେଉଥିଲା ତାହାର ତଦନ୍ତ ଚାଲିଛି।ଅଟୋ ଓ ବସ ଷ୍ଟାଫ୍‌ଙ୍କୁ ଅବକାରୀ ବିଭାଗ ଜେରା କରୁଛି। ଅବକାରୀ ବିଭାଗ ଅଧିକାରୀଙ୍କ ମତରେ ଓଡ଼ିଶାରେ ପୂର୍ବରୁ ଏତେ ପରିମାଣର ନକଲି ମଦ ସାମଗ୍ରୀ ଜବତ ହେବାର ନଜିର ନାହିଁ। ମୁଖ୍ୟ ଅଭିଯୁକ୍ତ ଜୟ ପ୍ରକାଶକୁ ଗିରଫ କରିବା ପାଇଁ ଅବକାରୀ ବିଭାଗ ଜାଲ ବିଚାଇଚି।

Share

Leave a Reply