ଅନୁଗୁଳ: ଅନୁଗୁଳ ସଂଜୀବନୀ ମାର୍କେରେ ଥିବା ଲକ୍ଷ୍ମୀ ମନ୍ଦିରରୁ ସୋମବାର ରାତିରେ ହୁଣ୍ଡି ଭାଙ୍ଗି ଚୋର ମାନେ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି ଚୋର ମନ୍ଦିର ଗ୍ରିଲରେ ଥିବା ସାମାନ୍ୟ ଫାଙ୍କକୁ ଟାଣି ଭିତରେ ପଶି କାଚ ହୁଣ୍ଡିକୁ ଭାଙ୍ଗି ନଗଦ ଟଙ୍କା ନେଇଯାଇଛନ୍ତି।ତେବେ ଚୋରର ବ୍ୟବହାର ଦେଖି ଭକ୍ତ ମାନେ ତାଜୁବ୍ ହୋଇଯାଇଛନ୍ତି। ଚୋର ହୁଣ୍ଡିରୁ ସବୁ ଟଙ୍କା କାଢିବା ପରେ ବାରଣ୍ଡାରେ ବାଛି ବାଛି ଶହେ, ଦୁଇଶହ ଓ ପାଞ୍ଚଶହ ଟଙ୍କିଆ ନୋଟ୍ କୁ ନେଇ ଯିବାପରେ ଦଶ, କୋଡ଼ିଏ ଓ ପଚାଶ ଟଙ୍କିଆ ନୋଟ୍ ଗୁଡ଼ିକୁ ଛାଡି ପକାଇଛି। ପୁଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।ସୂଚନା ଥାଉ କି ସପ୍ତାହ ତଳେ ଏଇ ମାର୍କେଟର ଏକ ପାଣି ପମ୍ପ ଦୋକାନରୁ ଚୋରମାନେ ପ୍ରାୟ ତିନି ଲକ୍ଷ ଟଙ୍କା ମୂଲ୍ୟର ପମ୍ପ ଚୋରି କରି ନେଇ ଥିଲେ ।
ଲକ୍ଷ୍ମୀ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି
- Post published:March 1, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul