ସିଏଚଏସ୍ଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା: ସାଇନସ୍ ଷ୍ଟଡି ସେଣ୍ଟର୍ ଛାତ୍ର ଛାତ୍ରୀଙ୍କ ବାଜିମାତଗୌରୀ ଶଙ୍କର ନନ୍ଦଙ୍କୁ ରାଜ୍ୟରେ ୯ମ ସ୍ଥାନ

You are currently viewing ସିଏଚଏସ୍ଇ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା: ସାଇନସ୍ ଷ୍ଟଡି ସେଣ୍ଟର୍ ଛାତ୍ର ଛାତ୍ରୀଙ୍କ ବାଜିମାତଗୌରୀ ଶଙ୍କର ନନ୍ଦଙ୍କୁ ରାଜ୍ୟରେ ୯ମ ସ୍ଥାନ

ଅନୁଗୁଳ: ଚଳିତ ସିଏଚଏସ୍ଇ ଦ୍ଵାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ଅମଲାପଡ଼ାସ୍ଥିତ ସାଇନସ୍ ଷ୍ଟଡି ସେଣ୍ଟରର ଛାତ୍ରଛାତ୍ରୀ ମାନେ ବିପୁଳ ସଫଳତା ହାସଲ କରିଛନ୍ତି। ଅନୁଗୁଳ କଲେଜର ୩୧୬ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ସାଇନସ୍ ଷ୍ଟଡି ସେଣ୍ଟରର ୮୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬୩ ଜଣ ପ୍ରଥମ ଶ୍ରେଣୀ ରେ ପାସ କରିଥିବା ବେଳେ ୩ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।୨୦ ଜଣ ଛାତ୍ର ଛାତ୍ରୀ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି।

ଚଳିତ ବର୍ଷ ସାଇନସ୍ ଷ୍ଟଡି ସେଣ୍ଟର୍ ର ଫଳାଫଳ ୯୮.୮୦ ପ୍ରତିଶତ ରହିଛି।  ଗୌରୀ ଶଙ୍କର ନନ୍ଦ ୫୭୫ ନମ୍ବର ରଖି ଜିଲ୍ଲା ଟପର ହେବା ସହ ରାଜ୍ୟରେ ୯ମ ସ୍ଥାନ ହାସଲ କରିଥିବାବେଳେ ସେ ମଧ୍ୟ ଜେଇ (ମେନ୍)ପରୀକ୍ଷାରେ ୯୭.୫୧ ପ୍ରତିଶତ ନମ୍ବର ରଖି ସେଣ୍ଟରର ଗୌରବ ବଢାଇଛନ୍ତି। ଏହାଛଡା  ସେଣ୍ଟରର ଛାତ୍ର  ଅବିନାଶ ମିଶ୍ର ୫୪୫ ନମ୍ବର ରଖି ଅନୁଗୁଳ କଲେଜରେ ୪ର୍ଥ, ଅମ୍ଳାନ
ଆଶୁତୋଷ ସେନାପତି ୫୪୦ ନମ୍ବର ରଖି ୫ମ ଓ ସ୍ୱୟମ ରାଉଳ ୫୩୮ ନମ୍ବର ରଖି ୬ ଷ୍ଠ ସ୍ଥାନ ହାସଲ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ଅଭୂତପୂର୍ବ ସଫଳତା ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାଇନସ୍ ଷ୍ଟଡି ସେଣ୍ଟରର ଉନ୍ନତ ଶିକ୍ଷାଦାନ ପଦ୍ଧତି, ଅଭିଜ୍ଞ ଶିକ୍ଷକଙ୍କ ଦ୍ଵାରା ନିୟମିତ ପରୀକ୍ଷା,ସନ୍ଦେହ ମୋଚନ କ୍ଲାସ ସର୍ବୋପରି ସେଣ୍ଟର୍ ନିର୍ଦ୍ଦେଶକଙ୍କ ସଫଳତା ହାସଲ ନେଇ ପ୍ରତିବଦ୍ଧତା, ସେଣ୍ଟର୍ ପରିଚାଳନାରେ ଉତ୍କର୍ଷତା ସାଇନସ୍ ଷ୍ଟଡି ସେଣ୍ଟରକୁ ଅନୁଗୁଳରେ ଏକ ନମ୍ବର କୋଚିଂ ପ୍ରତିଷ୍ଠାନର ମାନ୍ୟତା ଦେଇଆସିଛି।

ଏଠାରେ ସୂଚନା ଯୋଗ୍ୟ ଯେ ସେଣ୍ଟରରେ ବାଳକ ଓ ବାଳିକାଙ୍କ ପାଇଁ ପୃଥକ ହଷ୍ଟେଲ ସୁବିଧା ରହିଛି। ନୂଆ ଶିକ୍ଷା ବର୍ଷ ପାଇଁ ଜୁନ ୨ ତାରିଖରୁ ପ୍ରଥମ ବର୍ଷ ବିଜ୍ଞାନର ଶିକ୍ଷାଦାନ ଆରମ୍ଭ ହେଉଥିବାରୁ ଏବେ ନାମଲେଖା ଚାଲୁଅଛି। ଏଣୁ ଆଗ୍ରହୀ ଅଭିଭାବକ ମାନେ ସେଣ୍ଟର୍ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶକ ମଳୟ କୁମାର ଦାଶ ସୂଚନା ଦେଇଛନ୍ତି।

Share

Leave a Reply