ଅନୁଗୁଳ : ଚାକିରିରୁ ବେଆଇନ ଭାବେ ବହିଷ୍କାର କରାଯାଇଥିବା ଅଭିଯୋଗ କରି ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ବ୍ୟକ୍ତି ଆମରଣ ଅନଶନରେ ବସିଛନ୍ତି।
ସୂଚନା ମୁତାବକ, ତାଳଚେର ରେଞ୍ଜ୍ ସିପୁର ସେକ୍ସନରେ ଅଜିତ କୁମାର ସାହୁ ଓ ଦୁଇ ଜଣ ବ୍ୟକ୍ତି କାର୍ଯ୍ୟ କରନ୍ତି। ଏହି ତିନି ଜଣଙ୍କୁ ଦୁଇ ମାସ ହେବ ଚାକିରିରୁ ବହିଷ୍କାର କରାଯାଇଛି। କାହିଁକି ସେମାନଙ୍କୁ ବିଦା କରାଯାଇଛି ବୋଲି ସେମାନେ ଅଧିକାରୀଙ୍କୁ ପଚାରିଥିଲେ। କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ନ ପାଇବାରୁ ଆଜି ବାଧ୍ୟ ହୋଇ ସେମାନେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଆମରଣ ଅନଶନରେ ବସିଛନ୍ତି।