ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ: ଜସ୍ମିନ୍ ଜିଲ୍ଲା ଟପ୍ପର

You are currently viewing ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ: ଜସ୍ମିନ୍ ଜିଲ୍ଲା ଟପ୍ପର

ଅନୁଗୁଳ: କରୋନା ପାଇଁ ଚଳିତ ବର୍ଷ ଆଇସିଏସ୍‌ଇ ଦଶମ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ବୋର୍ଡ଼ ବିକଳ୍ପ ମୂଲ୍ୟାୟନ କରି ଶନିବାର ଫଳ ପ୍ରକାଶ କରିଛି। ଅନୁଗୁଳ ଜିଲ୍ଲାର ପାସ୍‌ ହାର ଶତ ପ୍ରତିଶତ ରହିଛି। ମୋଟ୍ ୧୬୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମସ୍ତେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ୯୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ହାସଲ କରିଛନ୍ତି। ସେଣ୍ଟ ଲରେନ୍ସ ସ୍କୁଲର ଛାତ୍ରୀ ଜସ୍ମିନ୍ ବିଶ୍ଵାଳ ସର୍ବାଧିକ ୯୭.୬ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି। ଚଳିତ ବର୍ଷ ଦଶମ ଶ୍ରେଣୀରେ ସେଣ୍ଟ ଲରେନ୍ସ ସ୍କୁଲରେ ୧୧୮ ଜଣ ଓ ଅମରବାଣୀ ସ୍କୁଲର ୪୩ ଜଣ ଛାତ୍ରଛାତ୍ରୀ ରହିଥିଲେ ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

Share

Leave a Reply