ଆଧାର ଓ ପାନ୍‌ ଲିଙ୍କ୍‌ ନ ଥିଲେ ଗଣିବେ ଫାଇନ୍, ଆଇଟି ବିଭାଗ ଦେଲା କଡ଼ା ଚେତାବନୀ

You are currently viewing ଆଧାର ଓ ପାନ୍‌ ଲିଙ୍କ୍‌ ନ ଥିଲେ ଗଣିବେ ଫାଇନ୍, ଆଇଟି ବିଭାଗ ଦେଲା କଡ଼ା ଚେତାବନୀ

ଭୁବନେଶ୍ଵର: ପାନ୍‌ ଏବଂ ଆଧାର ଲିଙ୍କ୍‌ କରିନଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର। ଯଦି ଆପଣଙ୍କ ଆଧାର ଓ ପାନ୍‌ ଲିଙ୍କ ନାହିଁ, ତେବେ ଯଥାଶୀଘ୍ର କରି ଦିଅନ୍ତୁ। ନଚେତ୍ ମେ, ୩୧ ପରଠୁ ସମସ୍ୟା ହୋଇପାରେ। ଏଥିସହ ଅଧିକ ମାତ୍ରାରେ ଟିଡିଏସ ଓ ଟିସିଏସ ଦେବାକୁ ପଡ଼ିପାରେ। ଏନେଇ ଭାରତୀୟ ଇନକମ ଟ୍ୟାକ୍ସ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି।

ସୂଚନା ଅନୁସାରେ, ଆଇଟି ବିଭାଗ ପକ୍ଷରୁ ଏକ୍ସ’ରେ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ପାନ୍‌ ଏବଂ ଆଧାର ଲିଙ୍କ୍‌ କରି ଅଧିକ ଟିକସ ପୈଠକୁ ଏଡ଼ାନ୍ତୁ। ଚଳିତବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ଏପ୍ରିଲ ୨୩ରେ ସିବିଡିଟି ମଧ୍ୟ କରଦାତାଙ୍କୁ ପାନ୍‌ ଏବଂ ଆଧାର ଲିଙ୍କ୍‌ କରିବାକୁ ପରାମର୍ଶ ଦେଇଥିଲା। ଏକ ସର୍କୁଲାର ଜାରି କରି କୁହାଯାଇଥିଲା ଯେ ପାନ୍‌ ଓ ଆଧାର ଲିଙ୍କ୍‌ ନ ହେବା ଦ୍ୱାରା କରଦାତାଙ୍କଠାରୁ ୨ଗୁଣା ଟ୍ୟାକ୍ସ ଆଦାୟ କରାଯାଇପାରେ। ଆୟକରର ଧାରା ୧୩୯ଏଏ ଅନୁଯାୟୀ, ପ୍ରତ୍ୟେକ ପାନ୍‌ କାର୍ଡଧାରୀଙ୍କୁ ତାଙ୍କର ଆଧାର ନମ୍ବର ଲିଙ୍କ୍‌ କରିବାକୁ ପଡ଼ିବ। ଏପରି ନ କଲେ ପାନ୍‌ କାର୍ଡ ଅବୈଧ ଘୋଷଣା କରାଯିବ ବୋଲି ଜଣାଯାଇଛି।

Share

Leave a Reply