ବଡ଼ ଖବର ! ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଥିଲେ ୧୫ରୁ କଟିବ ମୋଟା ଅଙ୍କର ଚାଲାଣ

You are currently viewing ବଡ଼ ଖବର ! ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନ ଥିଲେ ୧୫ରୁ କଟିବ ମୋଟା ଅଙ୍କର ଚାଲାଣ

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ ୧୫ରୁ କଟିବ ଚାଲାଣ। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ପକ୍ଷରୁ ହାଇ ସିକ୍ୟୁରିଟ୍ ନମ୍ବର ପ୍ଲେଟ୍ ଯାଞ୍ଚକୁ ନେଇ ପୁଣି ନୂଆ ଅପଡେଟ୍ ଜାରି କରାଯାଇଛି। ଆସନ୍ତା ୧୫ ତାରିଖରୁ ଯେଉଁ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ନଥିବ, ତାହାକୁ ଯାଞ୍ଚ କରାଯିବ ବୋଲି ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଛି। ତେବେ ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ରେଜିଷ୍ଟ୍ରେସନ ହୋଇଥିବା ଗାଡ଼ି, ଯାହାର ନମ୍ବରର ଶେଷ ଅଙ୍କ ୧ରୁ ୬ ମଧ୍ୟରେ ହୋଇଥିବ, ସେହି ଗାଡ଼ି ଗୁଡିକର ଯାଞ୍ଚ କରାଯିବ। ଏହି ନମ୍ବର ବିଶିଷ୍ଟ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୨ ଧାର୍ଯ୍ୟ କରାଯାଇଥିଲା।

ସେହିଭଳି ୭ ଓ ୮ ଅଙ୍କରେ ଶେଷ ହେଉଥିବା ନମ୍ବର ବିଶିଷ୍ଟ ଗାଡ଼ିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟ ସୀମା ୩୧ ଜାନୁଆରି ୨୦୨୩ ରହିଥିବା ବେଳେ ୯ ଓ ୦ ଶେଷ ଅଙ୍କ ନମ୍ବର ଥିବା ଗାଡ଼ି ଗୁଡିକରେ ଶେଷ ତାରିଖ ଫେବ୍ରୁଆରି ୨୮, ୨୦୨୩ ରହିଛି। ୧ରୁ ୬ ଶେଷ ନମ୍ବର ଥିବା ଗାଡ଼ିର ନିୟମ ଖିଲାପକାରୀଙ୍କ ବିରୋଧରେ ୫ରୁ ୧୦ ହଜାର ଟଙ୍କାର ଇ-ଚାଲାଣ କଟାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share

Leave a Reply