କତାଡା ଧଉରାବଣି ଭିଏସଏସ ପରିଦର୍ଶନ କଲେ IFS ସିଦ୍ଧାର୍ଥ ଜୈନ: ଜୀବିକା ବୃଦ୍ଧି ନେଇ କଲେ ଆଲୋଚନା

You are currently viewing କତାଡା ଧଉରାବଣି ଭିଏସଏସ ପରିଦର୍ଶନ କଲେ IFS ସିଦ୍ଧାର୍ଥ ଜୈନ: ଜୀବିକା ବୃଦ୍ଧି ନେଇ କଲେ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ରେଞ୍ଜ ଅନ୍ତର୍ଗତ କତଡା ସେକ୍ସନର କତଡା ଧଉରାବଣି ବନ ସଂରକ୍ଷଣ ସମିତି (ଭିଏସଏସ) ଗସ୍ତ କରିଛନ୍ତି IFS ସିଦ୍ଧାର୍ଥ ଜୈନ। ଗତ ଫେବ୍ରୁଆରୀ ୨୧ ତାରିଖରେ ନିଜ ଗସ୍ତ ସମୟରେ ସେ ସେଠାରେ ସଠିକ ତତ୍ତ୍ୱାବଧାନରେ ଚାଲିଥିବା କାଗଜ ପ୍ଲେଟ ତିଆରି ମେସିନର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ।

ଏହି ଅବସରରେ ସେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ସିଧାସଳଖ ଆଲୋଚନା କରି କାଗଜ ପ୍ଲେଟ ଏବଂ ଦନା ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ପଚାରି ବୁଝିଥିଲେ। ତାହା ସହିତ ଏହି ସାମଗ୍ରୀ ବିକ୍ରୟ କରି ସେମାନେ କିଭଳି ରୋଜଗାର କରୁଛନ୍ତି ଏବଂ ସେମାନଙ୍କ ଆର୍ଥିକ ସ୍ଥିତିରେ କିପରି ପରିବର୍ତ୍ତନ ଆସୁଛି, ସେ ନେଇ ମଧ୍ୟ ପଚାରିଥିଲେ।

ଏହି ସମିତିର ସଦସ୍ୟାମାନଙ୍କ ନିଷ୍ଠାପର ଉଦ୍ୟମକୁ ଶ୍ରୀ ଜୈନ ବହୁତ ପ୍ରଶଂସା କରିଥିଲେ। ଉତ୍ପାଦିତ ସାମଗ୍ରୀର ଗୁଣବତ୍ତାକୁ ଆହୁରି ଉନ୍ନତ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ଏବଂ ବଜାର ସୁବିଧା ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply