ଅନୁଗୁଳ: ଆଜି ଠାରୁ ଆରମ୍ଭ ହେଉଛି ଅନୁଗୋଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ଏନେଇ ଅନୁଗୁଳ ସହର ଚଳଚଞ୍ଚଳ ହୋଇ ଉଠିଲାଣି। ପୂଜାର ଗହଳି ମଧ୍ୟରେ ଅସାମାଜିକ ତତ୍ତ୍ୱ ମାନେ ଅଧିକ ସକ୍ରିୟ ହେଉଥିବା ବେଳେ ଜିଲା ପୋଲିସ ପକ୍ଷରୁ ଏସବୁକୁ ଦମନ କରିବା ପାଇଁ ଅନୁଗୁଳ ଏସପି ରାହୁଲ ଜୈନଙ୍କ ତତ୍ତ୍ଵାବଧାରେ ଗଠିତ ହୋଇଛି ‘କମାଣ୍ଡୋ ବାହିନୀ’ଓ ‘ଶକ୍ତିବାହିନୀ’। ସୋମବାର ଅପରାହ୍ନରେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏହି ଦୁଇଟି ସେବାକୁ ଶୁଭାରମ୍ଭ କରିଛନ୍ତି।
ଅନୁଗୁଳ ଲକ୍ଷ୍ମୀପୂଜା ପାଇଁ ‘ଶକ୍ତିବାହିନୀ’ ଶୁଭାରମ୍ଭ କଲେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇ.ଜି
- Post published:October 6, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul