ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ବଜ୍ରକୋଟ ନଦୀ ଘାଟରୁ ବେଆଇନ ବାଲି ଚୋରାଚାଲାଣ ବେଳେ ବୁଧବାର ରେଙ୍ଗାଳି ପୋଲିସ ପକ୍ଷରୁ ଚଢ଼ଉ କରି ଏକ ଟ୍ରାକ୍ଟର (ଓଡି ୧୯ ଏସ ୭୧୫୩) ଜବତ କରାଯାଇଛି। ଟ୍ରାକ୍ଟର ଚାଳକ ପୋଲିସକୁ ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ପକ୍ଷରୁ କାଗଜପତ୍ର ଯାଞ୍ଚ ବେଳେ ଗାଡ଼ିର ଇନସ୍ୟୁରାନ୍ସ ଓ ଫିଟନେସ ସହ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ନ ଥିବା ଜଣାପଡ଼ିଥିଲା। ଗରିବ ନିରୀହ ପ୍ରଧାନମନ୍ତ୍ରୀ ଆବାସ ଘର କରୁଥିବା ହିତାଧିକାରୀଙ୍କ ଠାରୁ ଜୁଲମ କରି ଟ୍ରାକ୍ଟର ମାଲିକମାନେ ଅଧିକ ଟଙ୍କା ଲୁଟ କରୁଛନ୍ତି। ଚୋରା ବାଲି ଟ୍ରାକ୍ଟର ଜବତ କରିଛୁ, ଚାଳକ ଫେରାର ହୋଇଥିବା ନେଇ ରେଙ୍ଗାଲି ଆଇଆଇସି ଜୟନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଫେରାର
- Post published:November 12, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul
