ତାଳଚେରରେ ବେଆଇନ ଭ୍ରୂଣ ଲିଙ୍ଗ ନିରୂପଣ କ୍ଲିନିକ ଉପରେ ଚଢ଼ାଉ: ଜଣେ ଡାକ୍ତର ଅଟକ

You are currently viewing ତାଳଚେରରେ ବେଆଇନ ଭ୍ରୂଣ ଲିଙ୍ଗ ନିରୂପଣ କ୍ଲିନିକ ଉପରେ ଚଢ଼ାଉ: ଜଣେ ଡାକ୍ତର ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଭ୍ରୂଣ ଲିଙ୍ଗ ନିରୂପଣ ଓ ଗର୍ଭପାତ କେନ୍ଦ୍ର ଉପରେ ପୁଲିସ ଏବଂ ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଦେଉଳବେଡା ଗାଁର ଏକ ଭଡ଼ା ଘରେ ଦୀର୍ଘ ଦିନ ଧରି ଏହି କାରବାର ଚାଲୁଥିବା ସୂଚନା ମିଳିବା ପରେ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସୋମବାର ଦେଉଳବେଡାସ୍ଥିତ ଉକ୍ତ ସନ୍ଦିଗ୍ଧ ଘରେ ଚଢ଼ାଉ କରାଯାଇଥିଲା। ସୂଚନା ଅନୁଯାୟୀ, କିଛି ବ୍ୟକ୍ତି ଓ ଜଣେ ଡାକ୍ତର ସେହି ଘରକୁ ଭଡ଼ାରେ ନେଇ ବେଆଇନ ଭାବେ ଭ୍ରୂଣର ଲିଙ୍ଗ ଚିହ୍ନଟ କରିବା ସହ ଗର୍ଭପାତ କରାଉଥିଲେ।

ଚଢ଼ାଉ ସମୟରେ କୋଲିୟାରୀ ପୁଲିସ ଘଟଣାସ୍ଥଳରୁ କଟକ ଅଞ୍ଚଳର ଡାକ୍ତର ପୁଣ୍ୟ ଶ୍ଳୋକ ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଚଢ଼ାଉ ସମୟରେ ଡାକ୍ତରଙ୍କ ସହଯୋଗୀ ଅଲଟ୍ରାସାଉଣ୍ଡ ମେସିନ ଧରି ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଏହି ବେଆଇନ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଫେରାର ସହଯୋଗୀଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ବେଶ୍ ଚର୍ଚ୍ଚା ଜୋର ଧରିଛି।

Share

Leave a Reply