ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ କିଛି ଲୋକ ମନଇଚ୍ଛା ସେମାନଙ୍କ ଟ୍ରକ୍-ବସ୍ ଆଦି ଭାରିଯାନ ଗୁଡ଼ିକୁ ରାସ୍ତାରେ ପାର୍କିଂ କରୁଛନ୍ତି। ଫଳରେ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଦିନ-ଦିନ ଧରି ଏଭଳି ବେଆଇନ ପାର୍କିଂ ଯୋଗୁଁ ଦୁର୍ଘଟଣା ମଧ୍ୟ ଘଟୁଛି। ଏଥିନେଇ ମାନବ ଅଧିକାର କମିଶନରେ ମଧ୍ୟ ଅଭିଯୋଗ ହୋଇ ଆସୁଥିଲା।
ଏହି ଅଭିଯୋଗ ଉପରେ ଜିଲ୍ଲାପାଳ ଶକ୍ତ ପଦକ୍ଷେପ ନେଇଛନ୍ତି।ଓଡ଼ିଶା ମୋଟର ଭେଇକଲ ଆକ୍ଟର ବିଭିନ୍ନ ଧାରା ଅନୁସାରେ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତରଙ୍କ ନିର୍ଦ୍ଦେଶ ମତେ ୧୧ ସେପ୍ଟେମ୍ବରରୁ ସହର ଭିତରେ ମନଇଚ୍ଛା ପାର୍କିଂକୁ ନିଷିଦ୍ଧ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି।


