କଳାହୀରାର ସହରରେ ମେଲାଣି ନେଲେ ବିଘ୍ନ ବିନାଶକ, ଯୋଗ ଦେଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

You are currently viewing କଳାହୀରାର ସହରରେ ମେଲାଣି ନେଲେ ବିଘ୍ନ ବିନାଶକ, ଯୋଗ ଦେଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ତାଳଚେର: ଶନିବାର କଳାହୀରାର ସହର ତାଳଚେରର ଗଣପର୍ବ ଗଣେଶ ପୂଜାର ଭସାଣଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଘଣ୍ଟ, ଘଣ୍ଟା, ଭେରୀ, ତୁରୀ, ଲୋକ ନୃତ୍ୟଗୀତରେ ସାରା ବଡ଼ ଦାଣ୍ଡ ଦୁଲୁକି ଥିଲା। ବାଦ୍ୟର ତାଳେ ତାଳେ ଗଜାନନଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ ଶ୍ରଦ୍ଧାଳୁ।
ଭସାଣି ଉତ୍ସବ ପାଇଁ ଆଜି ପୂର୍ବାହ୍ନରେ ବଡ଼ଦାଣ୍ଡ ସ୍ଥିତ ମେଲଣ ପଡିଆଠାରେ ଏକ ସଭାର ଆୟୋଜନ ହୋଇଥିଲା। କେନ୍ଦ୍ରୀୟ ପୂଜା କମିଟି ସଭାପତି କେଶବ ଭୂତିଆଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେଉପବାଚସ୍ପତି ରଜନୀକାନ୍ତ ସିଂହ, ଢେଙ୍କାନାଳ ସାଂସଦ ମହେଶ ସାହ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ନଗରପାଳ ପବିତ୍ର ଭୂତିଆ ଯୋଗ ଦେଇ ଆମର ସଂସ୍କୃତି, ପରମ୍ପରା, ଭାଇଚାରାକୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।

ସଭା କାର୍ଯ୍ୟ ପରେ ଶ୍ରଦ୍ଧା ଲଡୁ ଓ ଆଜ୍ଞାମାଳ ନିଲାମ ହୋଇଥିଲା। ଚଳିତବର୍ଷ କଣିହାଁର ଲାଲବାଗ ରାଜାଙ୍କର ଲଡୁ ଓ ଆଜ୍ଞାମାଳ ସର୍ବାଧିକ ୮ଲକ୍ଷ ୭୦ ହଜାର ଟଙ୍କାରେ ନିଲାମ ହୋଇଛି। ଏହା ପରେ ଲଟେରୀର କ୍ରମିକ ସଂଖ୍ୟା ଅନୁଯାୟୀ ମେଢଗୁଡିକୁ ସହର ପରିକ୍ରମା କରି ଅସ୍ଥାୟୀ ଜଳାଶୟରେ ବିସର୍ଜନ କରାଯାଇଥିଲା। ଭସାଣିରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୋଲିସ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Share

Leave a Reply