ଅନୁଗୁଳ: ସ୍ଥାନୀୟ ତୁରଙ୍ଗ ପଞ୍ଚାୟତରେ କାର୍ତ୍ତିକେଶ୍ଵର ଭସାଣି ଖୁବ୍ ଧୁମଧାମରେ ପାଳନ କରାଯାଇଛି। ଆଜିର ମେଳଣ କାର୍ଯ୍ୟକ୍ରମକୁ ତୁରଙ୍ଗ କେନ୍ଦ୍ରୀୟ କମିଟି ସୁଚାରରୂପେ ତୁଲାଇଥିଲେ। କାର୍ଯ୍ୟକ୍ରମରେ ୧୦ ଗୋଟି ମଣ୍ଡପ ତଥା ୧ ନମ୍ବରରେ ମହେଶ୍ୱର କ୍ଲବ, ୨ ନମ୍ବରରେ ହିଙ୍ଗୁଳା ପୂଜା କମିଟି, ୩ ନମ୍ବରରେ ଜଗନ୍ନାଥ କ୍ଲବ, ୪ ନମ୍ବରରେ ରାଜଧାନୀ କ୍ଲବ, ୫ ନମ୍ବରରେ ନୀଳଚକ୍ର କ୍ଲବ, ୬ ନମ୍ବରରେ ରତ୍ନ ନଗର କ୍ଲବ, ୭ ନମ୍ବରରେ ତ୍ରିଦେବ କ୍ଲବ, ୮ ନମ୍ବରରେ ମା’ ହିଙ୍ଗୁଳା ପୂଜା କମିଟି, ୯ ନମ୍ବରରେ ଓଭର୍ ଟେକ୍ କ୍ଲବ ଏବଂ ୧୦ ନମ୍ବରରେ ସଂଗ୍ରାମ କ୍ଲବ ଅଂଶ ଗ୍ରହଣ କରିଥିଲେ। ମେଳଣ ତୁରଙ୍ଗ ମିନି ଷ୍ଟାଡିୟମ ଠାରୁ ବାହାରି ପଞ୍ଚାୟତ ପରିକ୍ରମା କରି ଦେହୁରୀ ସାହି ପଡିଆ ମେଳଣ ପଡ଼ିଆ ଯାଏଁ ଯାଇଥିଲା।
ମ୍ୟୁଜିକାଲ, ସାଉଣ୍ଡ, ଦୁଲୁଦୁଲି, ଭାଙ୍ଗଡ଼ା, ଶିଙ୍ଗ ବାଜା, ଘଣ୍ଟ, ସାନ୍ତାଳୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟରେ ତୁରଙ୍ଗ ପଞ୍ଚାୟତ ଦୁଲୁକିଲା ଥିଲା। ମେଳଣ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିଲା। ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।


