ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ମା’ ବାସନ୍ତୀ ଦୁର୍ଗା ପଡ଼ିଆରେ ଚାଲିଥିବା ବାସନ୍ତୀ ଦୁର୍ଗାପୂଜାର ଭସାଣି ଉତ୍ସବ ଆଜି ଶେଷ ହୋଇଛି। ଆଜି ଅପରାହ୍ନରେ ଲଉଡି ଖେଳ, ପାଇକ ଆଖଡ଼ା ପ୍ରଦର୍ଶନ ଭିତରେ ଦେବୀଙ୍କୁ ମେଲାଣି ଦିଆଯାଇଛି। ଏହି ଭସାଣି ଶୋଭାଯାତ୍ରା ବାସନ୍ତୀ ଦୁର୍ଗାପୂଜା ପଡ଼ିଆରୁ ବାହାରି ସହର ପରିକ୍ରମା କରିବା ପରେ କେନାଲ୍ ଯାଏଁ ଯାଇଥିଲା। ସେଠାରେ ଦେବୀଙ୍କ ପ୍ରତିମା ବିସର୍ଜନ କରାଯାଇଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଚଳିତ ଥର ପୂଜାରେ ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା।
ଏ ଅବସରରେ ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଅନୁପ ମହାନ୍ତି, ଉପଦେଷ୍ଟା ପ୍ରଦୀପ ଦେବତା, ଉପସଭାପତି ଯତୀନ ସେଠୀ, ସହ ସମ୍ପାଦକ ସିପୁ ପଟ୍ଟନାୟକ, ମନୀଷ ପ୍ରଧାନ, କୋଷାଧ୍ୟକ୍ଷ ତାପସ ରାୟ, ରଶ୍ମିରଞ୍ଜନ ପ୍ରଧାନ, ସହଉପଦେଷ୍ଟା ବସଲା ସରପଞ୍ଚ ଚନ୍ଦନ ସାହୁ, ଶୁଭେନ୍ଦୁ ପ୍ରଧାନ, ଶଶାଙ୍କ ପ୍ରଧାନ, ରିତେଶ ଦଳବେହେରା, ଅନିଲ ପଟ୍ଟନାୟକ, କମଳକାନ୍ତ ସାହୁ, ସରୋଜ ସାହୁ, ବବୁଲୁ ମହାନ୍ତି, ମୁନା ସିଂହା, ଗୁଲୁ ମହାନ୍ତି, ତ୍ରିନାଥ ନାୟକ, ସୋମ୍ୟରଞ୍ଜନ ଦାସ, ଶିବ ସାହୁ, ଟୁଟୁ ପୃଷ୍ଟି, ଅମ୍ବିକା ଦେବତା, ଗିରିଜା ପଟ୍ଟନାୟକ, ବୁବୁନୁ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।