ନାଲକୋ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଢେଙ୍କାନାଳ ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି

You are currently viewing ନାଲକୋ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଢେଙ୍କାନାଳ ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି

ନାଲକୋ: ଅନୁଗୁଳ ଜିଲ୍ଲା ନାଲକୋର ଶ୍ୱେତ ଅତିଥି ନିବାସରେ ଢେଙ୍କାନାଳ ସାଂସଦ, ନାଲକୋର ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ଗ୍ରୁପ ଜେନେରାଲ ମ୍ୟାନେଜର ମଣି ପ୍ରସାଦ ସାମଲ, ନାଲକୋ ସ୍ପନ୍ସୋର୍ଡ ଏଲ .ଏ .ପି- ଆଇ.ଟି.ଆଇ କ୍ଷତିଗ୍ରସ୍ତ ପ୍ରଜାସଂଘର ସମ୍ପାଦକ ଓ ଗଦାଧର ସାହୁଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନାଲକୋ ସ୍ପନ୍ସୋର୍ଡ ଏଲ .ଏ .ପି- ଆଇ.ଟି.ଆଇ କ୍ଷତିଗ୍ରସ୍ତ ସଭ୍ୟସଭ୍ୟା କିପରି ନାଲକୋରେ ସ୍ଥାୟୀ ନିଯୁକ୍ତି ପାଇବେ ସେ ନେଇ ଆଲୋଚନା ହୋଇଥିଲା। ଏଥିସହ ନାଲକୋରେ ଜମି ହରାଇ ଥିବା ପ୍ରଜାମାନଙ୍କୁ ନାଲକୋ କାରଖାନାରେ କିପରି ଠିକା ଶ୍ରମିକ ଭାବେ ନିଯୁକ୍ତି ମିଳିବ ଓ ପାରିପାର୍ଶ୍ୱକ ଗ୍ରାମ ଗୁଡିକରେ ନାଲକୋ ତରଫରୁ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ତଦାରଖ କରିବା ସହିତ ଯଥା ଶୀଘ୍ର କାର୍ଯ୍ୟ କରିବାକୁ ଦୁଇ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଥିଲେ।

ଆଗାମୀ ତିନି ଦିନ ମଧ୍ୟରେ ନାଲକୋ ସ୍ପନ୍ସୋର୍ଡ ଏଲ .ଏ .ପି- ଆଇ.ଟି.ଆଇ କ୍ଷତିଗ୍ରସ୍ତ ପ୍ରଜା ସଂଘକୁ ନେଇ ଗ୍ରୁପ ଜେନେରାଲ ମ୍ୟାନେଜରଙ୍କ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ହେବ ବୋଲି ଗ୍ରୁପ ଜେନେରାଲ ମ୍ୟାନେଜର( ଜିଜିଏମ ) ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Share

Leave a Reply