୨୦୨୨ରେ ହାତୀ ମଣିଷ ବିବାଦ ବଢିଛି

You are currently viewing ୨୦୨୨ରେ ହାତୀ ମଣିଷ ବିବାଦ ବଢିଛି

ଅନୁଗୁଳ: ୨୦୨୨ ବର୍ଷ ସରିଛି। ଏହି ବର୍ଷ ମଧ୍ୟରେ ହାତୀ ମଣିଷ ବିବାଦ ଅଧିକ ଘନୀଭୂତ ହୋଇଛି। ହାତୀ ମଣିଷ ବିବାଦ ପରିବେଶବିତ ମାନଙ୍କୁ ଚିନ୍ତାରେ ପକାଇଛି। ୨୦୨୨ ବର୍ଷରେ ହାତୀ ଜଙ୍ଗଲ ଛାଡ଼ି ପ୍ରଥମ ଥର ପାଇଁ କୁଲାଡ଼,କାଣ୍ଡସର,ବେନ୍ତପୁର,ଗଡସନ୍ତ୍ରୀ ଭଳି ସହର ତଳିଆ ଅଂଚଳ ଏବଂ ବନ୍ତଳା ରେଞ୍ଜର ସାହାରାଗୋଡା,ବଲାସିଂହା,ଶାବଳଭଙ୍ଗା ଆଦି ଗାଁ ଗୁଡିକ ଭିତରକୁ ହାତୀ ପଲ ପଶିବା ସହ ଧାନ,ମକା,କୋବି ଓ ବାଇଗଣ ଫସଲ ଆଦି ନଷ୍ଟ କରି ଦେଇଥିଲେ। ଜଙ୍ଗଲ ବିଭାଗ ଖବର ପାଇ କେବଳ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଜଙ୍ଗଲ ବିଭାଗ ପାଖରେ ବୈଷୟିକ ଜ୍ଞାନ କୌଶଳର ଅଭାବ ଏବଂ ଉପଯୁକ୍ତ ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବ ହେତୁ ହାତୀ ମାନକୁ ଜଙ୍ଗଲ ଭିତରକୁ ଘଉଡାଇବା କାର୍ଯ୍ୟ ହୋଇ ପାରୁନାହିଁ।ଅନ୍ୟପକ୍ଷରେ ଶିକାରୀ ମାନେ କେତେବେଳେ ଗୁଳି କରି ହାତୀ ମାରିଛନ୍ତି ତ କେତେବେଳେ କରେଣ୍ଟ ଦେଇ ମାରିଥିବା ଅଭିଯୋଗ ହୋଇଛି।

ରିପୋର୍ଟ ଅନୁସାରେ ୨୦୧୯ ରୁ ୨୦୨୨ ଭିତରେ ଓଡ଼ିଶାରେ ୨୪୫ଟି ହାତୀ ମରିଛନ୍ତି। ସେଥିମଧ୍ୟରୁ ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୩୫ ଓ ଅନୁଗୁଳ,କେଉଁଝର ଡିଭିଜନରେ ୧୨ଟି ହାତୀ ଓ ଦେବଗଡ଼ ଏବଂ ଆଠମଲ୍ଲିକ ଡିଭିଜନରେ ୧୦ ଟି ଲେଖାଏଁ ହାତୀ ମରିଛନ୍ତି କେତେବେଳେ ଦାନ୍ତ ପାଇଁ ହାତୀ ଶିକାର କରାଯାଇଛି ତ କେତେବେଳେ ଫସଲକୁ ରକ୍ଷା କରିବାକୁ ଯାଇ ହାତୀ ଶିକାର କରାଯାଇଛ। ଜଙ୍ଗଲ ବିଭାଗ ତଥା ଏସଟିଫ ପକ୍ଷରୁ ଏ ଘଟଣାରେ ବହୁ ଲୋକଙ୍କୁ ଗିରଫ କରାଯାଇଛି। ଯେତେ ଆଇନ ଥିଲେ ମଧ୍ୟ ମାନସିକତା ରେ ପରିବର୍ତନ ନହେଲେ ହାତୀ ମଣିଷ ବିବାଦ କେବେହେଲେ କମିବ ନାହିଁ।ଏହାଛଡା ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗ କରି ହାତୀ ମାନଙ୍କ ଅବସ୍ଥିତି ଜାଣିବା ଏବଂ ସେମାନଙ୍କୁ ଘଉଡାଇବାରେ ସଫଳ ନ ହେଲେ ପରିସ୍ଥିତି ରେ କିଛି ସୁଧାର ଆସିବ ନାହିଁ ।

Share

Leave a Reply