ଟିକରପଡ଼ା ଯୁଆଡ଼େ, ଅନୁଗୁଳ ସିଆଡ଼େ ! ଭ୍ରମିତ କରୁଛି ପୂର୍ତ୍ତ ବିଭାଗର ସୂଚନା ଫଳକ

You are currently viewing ଟିକରପଡ଼ା ଯୁଆଡ଼େ, ଅନୁଗୁଳ ସିଆଡ଼େ ! ଭ୍ରମିତ କରୁଛି ପୂର୍ତ୍ତ ବିଭାଗର ସୂଚନା ଫଳକ

ଅନୁଗୁଳ: ଅନୁଗୁଳରେ ଲାଗିଛି ବିଚିତ୍ର ସୂଚନା ଫଳକ। ପୂର୍ତ୍ତ ବିଭାଗର ଏହି ଫଳକରେ ଟିକରପଡ଼ା ଯୁଆଡ଼େ ଅନୁଗୁଳ ବି ସିଆଡ଼େ ଲେଖାଯାଇଛି। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଥଚାରୀ। ଏହି ସୂଚନା ଫଳକ ପଢ଼ି କିଛି ଲୋକ ଭୁଲ ବାଟରେ ଯାଇଥିବା ଅଭିଯୋଗ କରିଛନ୍ତି। ବନ୍ତଳାରୁ ଟିକରପଡ଼ା ଯିବା ରାସ୍ତାରେ ଏଭଳି କିଛି ସାଙ୍ଘାତିକ ତ୍ରୁଟି ଦେଖିବାକୁ ମିଳିଛି।

ସୂଚନା ମୁତାବକ, ବନ୍ତଳା ଛକରୁ କରତପଟା ଛକ ଦେଇ ସାତକୋଶିଆ ଅଭୟାରଣ୍ୟକୁ ରାସ୍ତା ପଡ଼ିଛି। ପ୍ରତିଦିନ ଶହଶହ ପର୍ଯ୍ୟଟକ ଟିକରପଡ଼ା ବୁଲିବାକୁ ଏହି ରାସ୍ତା ଦେଇ ଯାଇଥାନ୍ତି। ତେବେ ଏହି ରାସ୍ତା ଏବେ ପର୍ଯ୍ୟଟକ ମାନଙ୍କୁ ଭ୍ରମିତ କରୁଛି। କରତପଟା ଛକ ପୂର୍ବରୁ ନନ୍ଦପୁର ଗାଁ ଡେଇଁବା ପରେ ପୂର୍ତ୍ତ ବିଭାଗର ଏକ ବିରାଟ ସୂଚନା ଫଳକ ଲାଗିଛି। ଯେଉଁଥିରେ ପମ୍ପାସର ଗେଟ, ଟିକରପଡା ଓ ଅନୁଗୁଳ ଗୋଟିଏ ଦିଗକୁ ସୂଚାଯାଇଛି। ବାସ୍ତବରେ କରତପଟା ଦେଇ ପମ୍ପାସର, ଜଗନ୍ନାଥପୁର, ପୁରୁଣାକୋଟ ଓ ଟିକରପଡାକୁ ରାସ୍ତା ପଡ଼ିଛି।

ଅନୁଗୁଳ ଅନ୍ୟ ଦିଗରେ ରହୁଥିବା ବେଳେ ତାକୁ ମଧ୍ୟ ଟିକରପଡ଼ା ପୂର୍ତ୍ତ ବିଭାଗ ଟିକରପଡ଼ା ଆଡ଼କୁ ଦେଇଛି। ଏହି ଚିହ୍ନ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକ ସମସ୍ତଙ୍କୁ ଭ୍ରମିତ କରୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ସୂଚନା ଫଳକକୁ ତୁରନ୍ତ ଠିକ କରିବାକୁ ସାଧାରଣରେ ଦାବି ହେଉଛି।

Share

Leave a Reply