ଅନୁଗୁଳ: ଜନନୀ ଏକ୍ସପ୍ରେସରେ ଆସିଥିବା ଜଣେ ମହିଳା ରୋଗୀଙ୍କୁ ବାନ୍ତି କଲେ ବୋଲି ଆମ୍ବୁଲାନ୍ସ ଚାଳକ ତାଙ୍କୁ ଆଡ଼ମିଶନ କରିବା ପରିବର୍ତ୍ତେ ଆଗ ବାନ୍ତି ସଫା କରିବାକୁ ନିର୍ଦ୍ଦେଶ ଦେବା ଭଳି ଏକ ସମ୍ବେଦନଶୀଳ ତଥା ଅମାନବୀୟ ଘଟଣା ଆଜି ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା। ଆଜି ସନ୍ଧ୍ୟା ପ୍ରାୟ ଆଠଟା ବେଳକୁ ଆମ୍ବୁଲାନ୍ସ ନଂ ଓଡ଼ି୦୨ ଡିଏ ୭୭୮୦ ଏମସିଏଚ୍ କୋଠା ସାମନାରେ ଲାଗିଥିଲା।ରୋଗୀ ଜଣକ କିଏ, କୋଉଠୁ ଆସିଥିଲେ ତାହା ଆମକୁ ଜଣା ନାହିଁ କିନ୍ତୁ ଦେଖାଗଲା ଚାଳକ ଜଣକ ମହିଳା ଜଣକ ଧୀରେ ଧୀରେ ଚାଲି ଯାଉ ଥିବା ବେଳେ ବାନ୍ତି ଧୋଇ ଯିବାକୁ ତାଗିଦ୍ କରିଥିଲେ ଚାଳକ ଜଣକ। ମହିଳା ରୋଗୀ ଜଣକ ବଡ଼ କଷ୍ଟରେ ପାଣି ନିକଟସ୍ଥ ଟ୍ୟାପରୁ ଆଣି ଗାଡ଼ି ଧୋଇବା ପରେ ଚାଳକ ଜଣକ ତାଙ୍କୁ ଛାଡିଥିଲେ।
ପଥର ହୃଦୟର ଚାଳକ ଜଣଙ୍କର ଏହି କାଣ୍ଡ ସେଠାରେ ଠିଆ ହୋଇଥିବା କିଛି ଲୋକ ମୋବାଇଲରେ କଏଦ କରିଥିଲେ।ଘଟଣା ଅନେକଙ୍କୁ ମର୍ମାହତ କରିଥିବା ବେଳେ ସିଡିଏମଓ ଏହାର ତଦନ୍ତ କରିବାକୁ ଦାବି ହେଉଛି।