ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ: ଅନୁଗୁଳରେ ଗଡ଼ିଲା ବାଲ୍ୟବିବାହ ସଚେତନତା ରଥ

You are currently viewing ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ: ଅନୁଗୁଳରେ ଗଡ଼ିଲା ବାଲ୍ୟବିବାହ ସଚେତନତା ରଥ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆକ୍ସେସ ଟୁ ଜଷ୍ଟିସ କାର୍ଯ୍ୟକ୍ରମ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ମିଳିତ ସହଯୋଗରେ ଅନୁଗୁଳ ସନ୍ଧ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ବିଶ୍ୱ ଯୁବକେନ୍ଦ୍ରର ଅଧ୍ୟକ୍ଷ ଡ. ନନ୍ଦ କିଶୋର ମହାକୁଡ଼ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଡ. ମହାକୁଡ଼ କନ୍ୟାରତ୍ନ ଓ ଏହି ଦିବସର ମହତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲାରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କଲେ ମଧ୍ୟ ବିଗତ ଦୁଇଟି ଜନଗଣନାରେ ଜିଲ୍ଲାରେ କମୁଥିବା ଶିଶୁ ଲିଙ୍ଗ ଅନୁପାତ ଓ ବଢୁଥିବା ବାଲ୍ୟବିବାହ ସଂଖ୍ୟା ଉପରେ ଚିନ୍ତା ପ୍ରକଟ କରିଥିଲେ। ଏହା ସହ ବାଲ୍ୟ ବିବାହ ଆଇନରେ ପୋକ୍ସୋର ଉପଯୋଗିତା କହିଥିଲେ।

ଏ ଅବସରରେ ବାଲ୍ୟବିବାହ ତଥା ଶିଶୁ ଅଧିକାର ସଚେତନତା ଉପରେ ଏକ ସଚେତନତା ରଥକୁ ଗୌରୀଶଙ୍କର ବେହେରା ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ରଥ ଅନୁଗୁଳ, ବଅଁରପାଳ, ପାଳଲହଡ଼ା, ଛେଣ୍ଡିପଦା, କିଶୋରନଗର ଓ ଆଠମଲ୍ଲିକର ବିଭିନ୍ନ ଅଞ୍ଚଳ ବୁଲି ଜିଲ୍ଲାରେ ବାଲ୍ୟବିବାହ ଉପରେ ସଚେତନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆକ୍ସନ-ଏଡର ବାଲ୍ୟ ବିବାହ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା, ମମତା ଯୋଜନାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ତାପସ ପାଣି, ଲୋପାମୁଦ୍ରା ପ୍ରଧାନ, କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମାଝୀ, ଜୁଭେନାଇଲ ଜଷ୍ଟିସ ବୋର୍ଡ଼ର ସଦସ୍ୟ ତଥା ଅଧ୍ୟାପକ ଅନିଲ ମିଶ୍ର ଉପସ୍ଥିତ ଥିଲେ।

Share

Leave a Reply