ମେ’ରୁ ଭୁବନେଶ୍ୱରରୁ ଉଡ଼ାଣ ଭରିବ ଅନ୍ତର୍ଜାତୀୟ ବିମାନ, ସ୍ପଷ୍ଟ କଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ

You are currently viewing ମେ’ରୁ ଭୁବନେଶ୍ୱରରୁ ଉଡ଼ାଣ ଭରିବ ଅନ୍ତର୍ଜାତୀୟ ବିମାନ, ସ୍ପଷ୍ଟ କଲେ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ାଣ ଭରିବ ଅନ୍ତର୍ଜାତୀୟ ବିମାନ। ଆସନ୍ତା ମେ’ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ିବ। ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଛନ୍ତି ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଚୁକ୍ତିନାମା ଅନୁସାରେ, ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ସିଙ୍ଗାପୁର, ଦୁବାଇ ଓ ବ୍ୟାଂକକକୁ ସିଧାସଳଖ ବିମାନ ସେବା ଯୋଗାଇବ । ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ପୁରୁଣା ଟର୍ମିନାଲ କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ସରିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି । ଏହା ପରେ ପରୀକ୍ଷଣ ଉଡ଼ାଣ ହୋଇ ମେ’ରୁ ନିୟମିତ ଉଡ଼ାଣ ହେବ ।

ଗତବର୍ଷ ଡିସେମ୍ବର ୨୮ରେ ଏସବୁ ସ୍ଥାନକୁ ବିମାନ ଉଡ଼ାଣ ଲାଗି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ଗତବର୍ଷ ନଭେମ୍ବର ବିଦେଶକୁ ବିମାନ ଉଡ଼ାଣ ନେଇ ରାଜ୍ୟ ସରକାର କୋଟେସନ୍ ମାଗିଥିଲେ ।

Share

Leave a Reply