ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

You are currently viewing ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ଵର୍ଣପ୍ରଭା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଶ୍ରୀମତୀ ପ୍ରଧାନ ନିଜ ଅଭିଭାଷଣରେ ସମାଜରେ ଲିଙ୍ଗ ଭେଦ ନେଇ ଯେଉଁ ମାନସିକତା ରହିଛି ତାହା ବଦଳିବା ଦରକାର ବୋଲି କହିଥିଲେ। ଉପସ୍ଥିତ ଛାତ୍ରୀ ମାନଙ୍କୁ କାହା ଅନୁଗ୍ରହରେ ନୁହେଁ ନିଜେ ସଂଘର୍ଷ କରି ନିଜର ପରିଚୟ ତିଆରି କରିବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ଆଜି ବି କନ୍ୟା ସନ୍ତାନ ପ୍ରତି ସମାଜରେ ଭେଦଭାବ ରହିଛି ଏବଂ ଏହାକୁ ହଟାଇବା ପାଇଁ ଆମର ମାନସିକତା ବଦଳାଇବା ସହ ପରିବାର ମଧ୍ୟରୁ କନ୍ୟା ଶିଶୁଙ୍କ ପାଇଁ ସମାନ ଅଧିକାର ରହିବା ଦରକାର ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ବାରିକ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗ ଦେଇ କନ୍ୟା ରତ୍ନଙ୍କ ଉନ୍ନତି ପାଇଁ ଥିବା ସରକାରୀ ଯୋଜନା ସମ୍ପର୍କରେ ମତ ବ୍ୟକ୍ତ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ କନ୍ୟା ରତ୍ନ ମାନଙ୍କୁ ଶିକ୍ଷିତ, ସଂସ୍କୃତି ସମ୍ପନ ଓ ପୋଷାକ ପରିଚ୍ଛଦ୍ଦରେ ମାର୍ଜିତ ହେବାକୁ ଆହ୍ୱାନ ଦେବାସହ ଅଭିଭାବକଙ୍କ ଏଥିରେ ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ଦାଶଗୁପ୍ତା ସହଯୋଗ କରିଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।

Share

Leave a Reply