ଅନୁଗୁଳ: ଅନୁଗୁଳ ଜିଲ୍ଲା ବଡ଼ ଯୋରଡାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଓ ନୀଳକଣ୍ଠେଶ୍ଵର ମହାବିଦ୍ୟାଳୟର ଅଧ୍ୟାପକ ଡଃ ଦୀପକ କୁମାର ପ୍ରଧାନ ଯୋଗ ଦେଇଥିଲେ।ଏ ଅବସରରେ ଅତିଥିମାନେ କହିଥିଲେ, ମାତୃଭାଷା ଆମ ବିଚାରକୁ ସଠିକ ଭାବେ ପରିପ୍ରକାଶ କରିଥାଏ।
ପରେ ଶିଶୁଙ୍କ ମଧ୍ୟରେ ଅନ୍ତାକ୍ଷରୀ, କବିତା ରଚନା ଓ ପଠନ, ବକ୍ସି ଜଗବନ୍ଧୁ ନାଟକ, ସଙ୍ଗୀତ ପରିବେଷଣ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଥିଲା। ଶତାଧିକ ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମର ମଜା ନେଇଥିଲେ।
